ନିଖୋଜ ଡାକ୍ତରଙ୍କୁ ବହିଷ୍କାର କରାଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଯଦି ନିଖୋଜ ଡାକ୍ତରଙ୍କ ପତ୍ତା ନମିଳେ ତେବେ ସେମାନଙ୍କୁ ବହିଷ୍କାର ପାଇଁ ସରକାର ବାଧ୍ୟ ହେବେ। ଏ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ। ସେ କହିଛନ୍ତି, ୬ ଶହରୁ ଅଧିକ ଡାକ୍ତର ମଧ୍ୟ କାର୍ଯ୍ୟରେ ଯୋଗଦେଉନଥିବାରୁ ସେମାନଙ୍କ ପାଖକୁ ନୋଟିସ୍ ପଠାଯାଇଛି। ସେମାନଙ୍କ ପାଖରୁ କୌଣସି ଜବାବ ନମିଳିଲେ ସେମାନଙ୍କୁ ବହିଷ୍କାର କରାଯିବ। କାର୍ଯ୍ୟରେ ଯୋଗଦେଇନଥିବା ଏପରି ୫୭ ଜଣ ଡାକ୍ତରଙ୍କୁ ପୂର୍ବରୁ ବହିଷ୍କାର କରାଯାଇଛି। ସେହିପରି ଖାଲିଥିବା ଡାକ୍ତରୀ ପଦବୀ ଗୁଡ଼ିକୁ ପୂରଣ କରାଯିବ […]

atanu

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 11:15 AM IST

ଭୁବନେଶ୍ୱର: ଯଦି ନିଖୋଜ ଡାକ୍ତରଙ୍କ ପତ୍ତା ନମିଳେ ତେବେ ସେମାନଙ୍କୁ ବହିଷ୍କାର ପାଇଁ ସରକାର ବାଧ୍ୟ ହେବେ। ଏ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ। ସେ କହିଛନ୍ତି, ୬ ଶହରୁ ଅଧିକ ଡାକ୍ତର ମଧ୍ୟ କାର୍ଯ୍ୟରେ ଯୋଗଦେଉନଥିବାରୁ ସେମାନଙ୍କ ପାଖକୁ ନୋଟିସ୍ ପଠାଯାଇଛି। ସେମାନଙ୍କ ପାଖରୁ କୌଣସି ଜବାବ ନମିଳିଲେ ସେମାନଙ୍କୁ ବହିଷ୍କାର କରାଯିବ। କାର୍ଯ୍ୟରେ ଯୋଗଦେଇନଥିବା ଏପରି ୫୭ ଜଣ ଡାକ୍ତରଙ୍କୁ ପୂର୍ବରୁ ବହିଷ୍କାର କରାଯାଇଛି।

ସେହିପରି ଖାଲିଥିବା ଡାକ୍ତରୀ ପଦବୀ ଗୁଡ଼ିକୁ ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଆରତି ଆହୂଜା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଓଡିଶା ପବ୍ଲିକ ସର୍ଭିସ କମିଶନ୍ ଓପିଏସସି ମାଧ୍ୟମରେ ଏହି ପଦବୀ ଗୁଡ଼ିକୁ ପୂରଣ କରାଯିବ।

Related story