ଚାଇନା ସେନା ବିରୋଧରେ ବୀରତ୍ୱର ଲଢ଼େଇ ଲଢ଼ିଥିଲେ ନୁଦୁରାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତବର୍ଷ ଜୁନ୍ ୧୫ ତାରିଖରେ ଭାରତ-ଚାଇନା ସୀମା ଗଲୱାନ ଘାଟିରେ ଘଟିଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ୍ ହୋଇଥିଲେ। ଏହି ରକ୍ତାକ୍ତ ସଂଘର୍ଷରେ ଓଡ଼ିଆ ପୁଅ ନାଏବ ସୁବେଦାର ନୁଦୁରାମ ସୋରେନ୍ ମଧ୍ୟ ସହିଦ୍ ହୋଇଥିଲେ। ନୁଦୁରାମଙ୍କ ଅଦମ୍ୟ ସାହସିକତା ପାଇଁ ତାଙ୍କୁ ଆଜି ଅର୍ଥାତ୍ ସାଧାରଣତନ୍ତ୍ର ଅବସରରେ ବୀର ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ନୁଦୁରାମଙ୍କ ବ୍ୟତୀତ ଓଡ଼ିଶା ଯବାନ୍ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ମଧ୍ୟ ମିଳିଛି ସେନା […]

nuduram

Ranjit Kumar Jena
  • Published: Tuesday, 26 January 2021
  • , Updated: 26 January 2021, 08:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତବର୍ଷ ଜୁନ୍ ୧୫ ତାରିଖରେ ଭାରତ-ଚାଇନା ସୀମା ଗଲୱାନ ଘାଟିରେ ଘଟିଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ୍ ହୋଇଥିଲେ। ଏହି ରକ୍ତାକ୍ତ ସଂଘର୍ଷରେ ଓଡ଼ିଆ ପୁଅ ନାଏବ ସୁବେଦାର ନୁଦୁରାମ ସୋରେନ୍ ମଧ୍ୟ ସହିଦ୍ ହୋଇଥିଲେ। ନୁଦୁରାମଙ୍କ ଅଦମ୍ୟ ସାହସିକତା ପାଇଁ ତାଙ୍କୁ ଆଜି ଅର୍ଥାତ୍ ସାଧାରଣତନ୍ତ୍ର ଅବସରରେ ବୀର ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ନୁଦୁରାମଙ୍କ ବ୍ୟତୀତ ଓଡ଼ିଶା ଯବାନ୍ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ମଧ୍ୟ ମିଳିଛି ସେନା ପଦକ।

ଭାରତ-ଚାଇନା ସୀମାରେ ଭାରତୀୟ ସେନା ପକ୍ଷରୁ ଅପରେସନ୍ ସ୍ନୋ ଲିଓପାର୍ଡ ଚାଲିଥିଲା। ଆଉ ଏହି ଅପରେସନରେ ଭାରତୀୟ ଯବାନଙ୍କ ଏକ ଛୋଟିଆ ଦଳର ନେତୃତ୍ୱ ନେଉଥିଲେ ଓଡ଼ିଆ ପୁଅ ନାଏବ୍ ସୁବେଦାର ନୁଦୁରାମ୍ ସୋରେନ୍। ଭାରତୀୟ ପଟକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଚୀନ ସେନାକୁ ରୋକିବାକୁ ନୁଦୁରାମଙ୍କ ଟିମ୍ ଚେଷ୍ଟା କରୁଥାନ୍ତି। ଦୁଇ ପକ୍ଷ ମଧ୍ୟରେ ଚାଲିଥାଏ ବଳ କଷାକଷି, ଧସ୍ତାଧସ୍ତି ପଥର ଓ ଅନ୍ୟ କଣ୍ଟାତାରରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥାନ୍ତି। ତେବେ ଅଦ୍ୟମ ସାହସ ଓ ବୀରତା ପ୍ରଦର୍ଶନ କରି ସେମାନଙ୍କୁ ମୁକାବିଲା କରୁଥାଏ ନୁଦୁରାମଙ୍କ ଟିମ।

କୌଣସି ପରିସ୍ଥିତିରେ ହାର୍ ନମାନି ନିଜ ଯବାନଙ୍କୁ ଉତ୍ସାହିତ କରୁଥାଆନ୍ତି ନଦୁରାମ। ଚୀନ ସୈନ୍ୟ ବୁଝି ଯାଇଥିଲେ ଯେଉଁ ପର୍ଯ୍ୟନ୍ତ ନୁଦୁରାମ ଟିମର ନେତୃତ୍ୱ ନେଉଛନ୍ତି ସେପର୍ଯ୍ୟନ୍ତ ଭାରତୀୟ ସୈନ୍ୟଙ୍କ ମନୋବଳ ଦୁର୍ବଳ କରିବା ଆଦୌ ସମ୍ଭବ ନୁହେଁ। ତେଣୁ ପିଏଲଏ ସୈନ୍ୟ ଯୋଜନାବଦ୍ଧ ଭାବେ ତାଙ୍କୁ ଟାର୍ଗେଟ କରିଥିଲେ। ଧାରୁଆ ଅସ୍ତ୍ର ଓ ପଥରରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ଓଡ଼ିଶା ମାଟିର ଏହି ବୀର ଯବାନ।

[caption id="" align="aligncenter" width="640"] Chandrakant Pradhan[/caption]

ଗୁରୁତର ଆହତ ସତ୍ତ୍ୱେ ନୁଦୁରାମ ଶେଷ ପର୍ଯ୍ୟନ୍ତ ଶତ୍ରୁଙ୍କ ମୁକାବିଲା କରିଥିଲେ। ଆଉ ଶେଷରେ ଦେଶପାଇଁ ଦେଇଥିଲେ ସବୁଠାରୁ ବଡ଼ ବଳିଦାନ। ତାଙ୍କର ଏହି ବଳିଦାନ ଅନ୍ୟ ଯବାନଙ୍କ ମନରେ ପ୍ରଚଣ୍ଡ ପରାକ୍ରମ ଭରିଦେଇଥିଲା। ଯାହା ଫଳରେ ସେମାନେ ପିଏଲଏ ସୈନ୍ୟଙ୍କୁ ମୁହଁତୋଡ ଜବାବ ଦେବା ସହ ସେମାନଙ୍କ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିଦେବାରେ ଭାରତୀୟ ସୈନିକ ସଫଳ ହୋଇଥିଲେ।

ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସେନାର ଗୋପନୀୟ ତଥ୍ୟରୁ ୧୬ ବିହାର ରେଜିମେଣ୍ଟର ଜୁନିଅର୍ କମିଶନଡ ଅଫିସର ନୁଦୁରାମଙ୍କ ବୀରତ୍ୱର ଗାଥା ସାମ୍ନାକୁ ଆସିଛି। ଅସୀମ ତ୍ୟାଗ, ବୀରତ୍ୱ ଓ ଦେଶପ୍ରୀତିର ପରିଚାୟକ ସହିଦ ନୁଦୁରାମଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି। ଗଲଓ୍ୱାନ୍ ସଂଘର୍ଷରେ ପ୍ରାଣବଳୀ ଦେଇଥିବା ଅନ୍ୟତମ ଓଡ଼ିଆ ଯବାନ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ ବି ସାହସିକତା ଲାଗି ସେନା ମେଡାଲରେ ସମ୍ମାନିତ ହୋଇଛନ୍ତି।

କେବଳ ଏହି ଦୁଇ ବୀର ଯବାନ ନୁହଁନ୍ତି ଗଲୱାନ ସଂଘର୍ଷରେ ସହିଦ ସମସ୍ତ ଯବାନଙ୍କୁ ସମ୍ମାନିତ କରିବା ପାଇଁ ସେନା ପକ୍ଷରୁ ଘୋଷଣା ହୋଇଛି। ୩ ଜଣଙ୍କୁ ବୀରଚକ୍ର ଓ ୧୪ ଜଣଙ୍କୁ ସେନା ମେଡାଲ ଲାଗି ମନୋନୀତ କରାଯାଇଛି। ପୂରା ଟିମର କମାଣ୍ଡିଂ କରୁଥିବା ସହିଦ କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କୁ ମିଳିବ ଦ୍ୱିତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ମହାବୀର ଚକ୍ର। ସେହିପରି ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥଳସେନାର ନୂଆ ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ପାଇବେ ପରମ ବିଶିଷ୍ଟ ସେବା ମେଡାଲ। ପୂର୍ବରୁ ସେ ଅତି ବିଶିଷ୍ଟ ସେବା ମେଡାଲ, ବିଶିଷ୍ଟ ସେବା ମେଡାଲ ଏବଂ ସେନା ମେଡାଲରେ ସମ୍ମାନିତ ହୋଇସାରିଛନ୍ତି।

Related story