ଓସ୍କାର ଚିଟ୍‌ଫଣ୍ଡ: ସୁରତ ଓ ମୁମ୍ୱାଇରେ ଜମାକରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ସୁରତ ଓ ମୁମ୍ୱାଇରେ ଓସ୍କାର ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା ଠକାମୀରେ ଶିକାର ହୋଇଥିବା କ୍ଷତିଗ୍ରସ୍ତମାନେ ଆଜି ମେଳି କରିଛନ୍ତି। ଜମା ଟଙ୍କା ଫେରସ୍ତ ଓ କମ୍ପାନୀ ପାଇଁ ପ୍ରଚାର କରିଥିବା କଳାକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି। ଆଜି ସୁରତର ପାଣ୍ଡେସରା ଥାନା ଆଗରେ ପ୍ରବାସୀ ଓଡ଼ିଆ ଚିଟ୍‌ଫଣ୍ଡ ଜମାକାରୀ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଚିଟ୍‌ଫଣ୍ଡ ଠକେଇର ଶିକାର ଏହି ଜମାକାରୀମାନେ ଓସ୍କାର ଲିଙ୍କ୍‌ରେ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର […]

parala

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 08:50 PM IST

ଭୁବନେଶ୍ୱର: ସୁରତ ଓ ମୁମ୍ୱାଇରେ ଓସ୍କାର ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା ଠକାମୀରେ ଶିକାର ହୋଇଥିବା କ୍ଷତିଗ୍ରସ୍ତମାନେ ଆଜି ମେଳି କରିଛନ୍ତି। ଜମା ଟଙ୍କା ଫେରସ୍ତ ଓ କମ୍ପାନୀ ପାଇଁ ପ୍ରଚାର କରିଥିବା କଳାକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି।

ଆଜି ସୁରତର ପାଣ୍ଡେସରା ଥାନା ଆଗରେ ପ୍ରବାସୀ ଓଡ଼ିଆ ଚିଟ୍‌ଫଣ୍ଡ ଜମାକାରୀ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଚିଟ୍‌ଫଣ୍ଡ ଠକେଇର ଶିକାର ଏହି ଜମାକାରୀମାନେ ଓସ୍କାର ଲିଙ୍କ୍‌ରେ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତିଙ୍କ ଗିରଫ ଦାବି କରିଥିଲେ।

ଓଡ଼ିଶା ସରକାରଙ୍କ ଉପରେ ପ୍ରବାସୀ ସେମାନଙ୍କର ଭରସା ପାଉ ନ ଥିବାରୁ ଗୁଜରାଟ୍‌ ସରକାର ଏଥିରେ ହସ୍ତକ୍ଷେପ କରିବା ସହିତ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଅନୁରୋଧ କରିଥିଲେ। ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ପ୍ରବାସୀ ଓଡ଼ିଆ ଚିଟ୍‌ଫଣ୍ଡ ଜମାକାରୀ ମହାସଂଘର ସଂଯୋଜକ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ଉପରେ ଆମର ଭରସା ପାଉ ନ ଥିବାରୁ ଓସ୍କାର ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବାକୁ ଆମେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛୁ।”

ସୁରତ ଏସ୍‌ପି ମୁକେଶ ପଟେଲ କହିଛନ୍ତି, “ଓସ୍କାର ସଂସ୍ଥା ବିରୋଧରେ ଆଇପିସି ଧାରା ୪୦୬ ଓ ୪୨୦ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।”

ଅନ୍ୟପକ୍ଷରେ ଓସ୍କାର ଚିଟ୍‌ଫଣ୍ଡ କମ୍ପାନୀରେ ଶିକାର ହୋଇଥିବା ୫୦୦ କ୍ଷତିଗ୍ରସ୍ତ ଆଜି ମୁମ୍ବାଇର ମହାଡ଼ ତହସିଲ ଆଗରେ ବିକ୍ଷୋଭ କରିଥିଲେ। ବୀରୱାଡି, ଗୋରେଗାଁଓ, ଅଲିବାଗ୍‌ ଓ ପୁନେ ଅଞ୍ଚଳରେ ଓସ୍କାର ଶାଖା ଖୋଲି ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛି ବୋଲି ସେମାନେ ଅଭିଯୋଗ କରିଥିଲେ।

Related story