ବିଜେଡି-ବିଜେପି ଭୋଟ ଯୁଦ୍ଧରେ ନିର୍ଣ୍ଣାୟକ ହେବେ କୃଷ୍ଣ

ଜୟପୁର (ଟି.ଗୌରୀଶଙ୍କର) : ପାଖେଇ ଆସିଲାଣି ୧୭ ତମ ସାଧାରଣ ନିର୍ବାଚନ ।  ଗାଁରୁ ସହର ସବୁଆଡେ ଭୋଟ ଚର୍ଚ୍ଚା। କାହାର ପଲ୍ଲା ଭାରି, କିଏ ବାଜି ମାରିନେବ ଏମିତି ଅନେକ ଆଲୋଚନା ପର୍ଯ୍ୟାଲୋଚନା । କୋରାପୁଟ ଜିଲ୍ଲାର ରାଜନୀତି  କହିଲେ ଜୟପୁରକୁ ହିଁ ବୁଝାଏ। ହେବିୱେଟ ନେତାଙ୍କ ଭିଡ ଏଠାରେ ଦେଖିବାକୁ ମିଳେ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବ ମତଦାନ। ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରଚାରରେ ମାତିଲେଣି ସମସ୍ତେ। ଏବେ ନିର୍ବାଚନ ମଇଦାନରେ […]

jaypore-2

jaypore-2

Puspanjali Panda
  • Published: Monday, 01 April 2019
  • Updated: 02 April 2019, 12:43 PM IST

Sports

Latest News

ଜୟପୁର (ଟି.ଗୌରୀଶଙ୍କର) : ପାଖେଇ ଆସିଲାଣି ୧୭ ତମ ସାଧାରଣ ନିର୍ବାଚନ ।  ଗାଁରୁ ସହର ସବୁଆଡେ ଭୋଟ ଚର୍ଚ୍ଚା। କାହାର ପଲ୍ଲା ଭାରି, କିଏ ବାଜି ମାରିନେବ ଏମିତି ଅନେକ ଆଲୋଚନା ପର୍ଯ୍ୟାଲୋଚନା । କୋରାପୁଟ ଜିଲ୍ଲାର ରାଜନୀତି  କହିଲେ ଜୟପୁରକୁ ହିଁ ବୁଝାଏ। ହେବିୱେଟ ନେତାଙ୍କ ଭିଡ ଏଠାରେ ଦେଖିବାକୁ ମିଳେ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବ ମତଦାନ। ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରଚାରରେ ମାତିଲେଣି ସମସ୍ତେ। ଏବେ ନିର୍ବାଚନ ମଇଦାନରେ ୮ ପ୍ରାର୍ଥୀ ଭୋଟରଙ୍କୁ ମନେଇବା ପାଇଁ ଲାଗି ପଡ଼ିଛନ୍ତି।

ରାଜନୈତିକ ସ୍ଥିତି-ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀକୁ ବିଜେଡି ୨୦୦୦ରୁ ନିଜ କବଜାକୁ ନେଇ ଯାଇଥିଲା। ଏହି ଆସନରେ ଲଗାତର ତିନି ଥର ବରିଷ୍ଠ ବିଜେଡି ନେତା ରବିନାରାୟମ ନନ୍ଦ ବିଜୟୀ ହୋଇଥିଲେ। ହେଲେ ୨୦୧୪ରେ ବିଜେଡିକୁ ଧରାଶାୟୀ କରି କଂଗ୍ରେସ ତାର ପ୍ରଭାବ ବିସ୍ତାର କରିଥିଲା। ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନିପତି ଏହି ଆସନରେ ବିଜୟୀ ହୋଇଥିଲେ।

ଜୟପୁର ବିଧାନସଭା ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ଟି ନିର୍ବାଚନ ମଣ୍ଡଳୀରୁ ଗୋଟିଏ ମାତ୍ର ସାଧାରଣ ନିର୍ବାଚନ ମଣ୍ଡଳୀ । ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ୧୪ଟି ନିର୍ବାଚନମଣ୍ଡଳୀରୁ ୩ଟି ବିଧାନସଭା ଯାହାକି କୋରାପୁଟ ଜିଲ୍ଲାର କୋରାପୁଟ ଓ ଜୟପୁର ସହ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀ ସାଧାରଣ ବର୍ଗର ଥିଲା।

ଜୟପୁର ନିର୍ବାଚନ ମଣ୍ଡଳୀରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ରେ ହୋଇଥିଲା । ପ୍ରଥମ ବିଧାୟକ ଥିଲେ ଅଲ ଇଣ୍ଡିଆ ଗଣତନ୍ତ୍ର ପରିଷଦର ହରିହର ମିଶ୍ର।

୧୯୫୨ରୁ ୨୦୦୦ମସିହା ଯାଏଁ ସ୍ୱତନ୍ତ୍ର ପାର୍ଟି, ଅଲ ଇଣ୍ଡିଆ ଗଣତନ୍ତ୍ର ପରିଷଦ, କଂଗ୍ରେସ ଓ ଇଣ୍ଡିଆନ ନ୍ୟାସନଲ କଂଗ୍ରେସର ପ୍ରାର୍ଥୀ ବିଧାୟକ ହୋଇଛନ୍ତି।  କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରଘୁନାଥ ପଟ୍ଟନାୟକ ୭ଥର ବିଧାୟକ ହୋଇଥିବାବେଳେ ଗୁପ୍ତପ୍ରସାଦ ଦାଶ ଥରେ ବିଧାୟକ ହୋଇଥିଲେ। ଗୁପ୍ତ ପ୍ରସାଦ ଏବେ ବିଜେଡିରେ ଅଛନ୍ତି।

୨୦୦୦ମସିହାରେ କଂଗ୍ରେସର ଗଡ଼କୁ ଭାଙ୍ଗି ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଲଗାତାର ୨୦୦୦ରୁ ୨୦୧୪ଯାଏଁ ତିନିଥର ବିଧାୟକ ହୋଇଥିଲେ।

ତେବେ ଏଥର ନିର୍ବାଚନରେ ନିର୍ଣ୍ଣାୟକ ହେବେ କଂଗ୍ରେସରୁ ବାହାରି ବିଏସ୍‌ପି ଟିକଟରେ ଲଢୁଥିବା କୃଷ୍ଣଚନ୍ଦ୍ର ସଗରିଆ। ସେ ବିଜେଡିର ଜଣେ ଟାଣୁଆ ନେତା। ବିଜେଡି ଛାଡ଼ିବା ପରେ ସେ ବିଏସ୍‌ପିରୁ ପ୍ରାର୍ଥୀ ଭାବ ଛିଡ଼ା ହୋଇଛନ୍ତି। ଜିତିବାର ସମ୍ଭାବନା ଯାହା ଥାଉ ନା କାହିଁକି, ବିଜଡି ଭୋଟକୁ କିଛି କାଟିବେ ଏଥିରେ ସନ୍ଦେହ ନାହିଁ।

ଚଳିତ ସାଧାରଣ ନିର୍ବାଚନରେ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ରୋମାଞ୍ଚକର ଲଢେଇ ହେବ। ଯେନତେନ ପ୍ରକାରେ ପୁଣି କଂଗ୍ରେସ ଆସନ ଅକ୍ତିଆର କରିବ ବୋଲି ଉଦ୍ୟମ ଚଳାଇଛି। କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ନେତା ତାରାପ୍ରସାଦ ବାହିନିପତି ଜୋର ସୋର ଉଦ୍ୟମ ଜାରି ରଖିଥିବାବେଳେ ଜୟପୁରରେ ପୁଣି ଶଙ୍ଖନାଦ ଶୁଣାଇବା ପାଇଁ ପ୍ରାର୍ଥୀ ରବିନାରାୟଣ ନନ୍ଦ ଆପ୍ରାଣ ଉଦ୍ୟମ କରୁଛନ୍ତି।

କଂଗ୍ରେସ-ବିଜେଡି ଯୁଦ୍ଧ ମଧ୍ୟରେ ବିଜେପି ଜଣେ ଯୁବ ଚେହେରାଙ୍କୁ ଏଠାରେ ପ୍ରାର୍ଥୀ କରିଛି। ସେ ହେଲେ ଗୌତମ ସାମନ୍ତରାୟ। ଏହି ଆସନରୁ ବିଜେପି କେବେ ଜିତି ନ ଥିଲେ ମଧ୍ୟ ଦେଶରେ ବହୁଥିବା ମୋଦି ହାୱା ଏଠିକାର ରାଜନୈତିକ ପାଣିପାଗକୁ  କିଛିଟା ବଦଳାଇ ଦେଇଛି । ତାଛଡା ଦୁଇଦିନ ତଳେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏଠାରେ କରିଥିବା ନିର୍ବାଚନୀ ପ୍ରଚାର ଭୋଟରଙ୍କୁ କିଛିମାତ୍ରାରେ ବିଜେପି ମୁହାଁ କରାଇଛି।

ତେବେ ଫଳଫଳ କଣ ହେବ ସମୟ କହିବ।

ଜୟପୁର ବିଧାନସଭା

ବ୍ଲକ ସଂଖ୍ୟା- ୨

ଜୟପୁର

ବୋରିଗୁମ୍ମା(୧୯ ପଞ୍ଚାୟତ)

ଜୟପୁର ପୌର ପରିଷଦ

୨୦୧୪ରେ କିଏ ପାଇଥିଲେ କେତେ

କଂଗ୍ରେସ-ତାରାପ୍ରସାଦ ବାହିନୀପତି-୬୫,୩୭୮

ବିଜେଡି-ରବି ନାରାୟଣ ନନ୍ଦ-୫୭,୦୧୧

ବିଜେପି-ଭୃଗୁ ବକ୍ସିପାତ୍ର-୧୪,୪୬୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story