ଓସିଏ ନିର୍ବାଚନ: ବାପାଙ୍କ ସ୍ଥାନ ନେଲେ ପୁଅ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟରେ ପୁଣିଥରେ ଚାଲିବ ଆଶୀର୍ବାଦ ବେହେରାଙ୍କ ରାଜ୍। ହୁଏତ ଆଶୀର୍ବାଦ ବେହେରା ଆଉ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସହ ସିଧାସଳଖ ସଂଶ୍ଳିଷ୍ଟ ନାହାନ୍ତି, କିନ୍ତୁ ଏବେ ତାଙ୍କ ସ୍ଥାନ ନେବେ ପୁଅ ସଞ୍ଜୟ ବେହେରା। ଶୁକ୍ରବାର ବହୁ ପ୍ରତୀକ୍ଷିତ ଓସିଏର ସାଧାରଣ ନିର୍ବାଚନରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବାଜିମାତ୍ କରିଛନ୍ତି। ସଞ୍ଜୟ ମୋଟ ୭୦ ଭୋଟରୁ ୪୫ ଖଣ୍ଡ ଭୋଟ୍ ପାଇଁ ସର୍ବସମ୍ମତିକ୍ରମେ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟଙ୍କ […]

sanjay1

Ranjit Kumar Jena
  • Published: Friday, 27 September 2019
  • , Updated: 27 September 2019, 09:59 PM IST

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟରେ ପୁଣିଥରେ ଚାଲିବ ଆଶୀର୍ବାଦ ବେହେରାଙ୍କ ରାଜ୍। ହୁଏତ ଆଶୀର୍ବାଦ ବେହେରା ଆଉ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସହ ସିଧାସଳଖ ସଂଶ୍ଳିଷ୍ଟ ନାହାନ୍ତି, କିନ୍ତୁ ଏବେ ତାଙ୍କ ସ୍ଥାନ ନେବେ ପୁଅ ସଞ୍ଜୟ ବେହେରା। ଶୁକ୍ରବାର ବହୁ ପ୍ରତୀକ୍ଷିତ ଓସିଏର ସାଧାରଣ ନିର୍ବାଚନରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବାଜିମାତ୍ କରିଛନ୍ତି। ସଞ୍ଜୟ ମୋଟ ୭୦ ଭୋଟରୁ ୪୫ ଖଣ୍ଡ ଭୋଟ୍ ପାଇଁ ସର୍ବସମ୍ମତିକ୍ରମେ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ସଞ୍ଜୟଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଏହି ପଦ ପାଇଁ ଲଢ଼ୁଥିବା ନବରଞ୍ଜନ ପଟ୍ଟନାୟକ ମାତ୍ର ୨୫ ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଛନ୍ତି। ସେହିପରି ଓସିଏର ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାଁ ଓ କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ତେବେ ଆପେକ୍ସ କାଉନସିଲ୍ ସଦସ୍ୟ ଭାବେ ଶୁଭାଶିଷ ସେନାପତି ନିଃଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ।

ନିର୍ବାଚନ ଭୋଟର ତାଲିକାରେ ମୋଟ ୭୩ଜଣ ସାମିଲ୍ ଥିଲେ। କିନ୍ତୁ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ତିନି ପୋଷ୍ଟାଲ ଗଣତି କରାଯାଇନଥିବା ନିର୍ବାଚନ ଅଧିକାର ସୂଚନା ଦେଇଛନ୍ତି। ବିଜୟୀ ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ ଯଥେଷ୍ଟ ଅଧିକ ଥିବାରୁ ଏହି ତିନି ଭୋଟ୍ ଗଣତିର ଆବଶ୍ୟକ ପଡ଼ିଲା ନାହିଁ ବୋଲି ଅଧିକାରୀ କହିଛନ୍ତି।

ବିଜୟୀ ହେବା ପରେ ନବନିର୍ବାଚିତ ସମ୍ପାଦକ ସଞ୍ଜୟ କହିଛନ୍ତି, "ଏହା ହେଉଛି ଧର୍ମର ବିଜୟ। ଏହି ଧର୍ମର ସ୍ରଷ୍ଟା ହେଉଛନ୍ତି ପ୍ରଭୁ ଜଗନ୍ନାଥ ଏବଂ ମୋ ବାପା। ମୋ ବାପାଙ୍କୁ ଗିରଫ କରାଯାଇ ମୋତେ ହରାଇବା ପାଇଁ ଯେଉଁ ହୀନ ଷଡ଼ଯନ୍ତ୍ର ରଚାଯାଇଥିଲା, ତାହାର ଉଚିତ୍ ଜବାବ ମିଳିଛି। ମୋ ବାପାଙ୍କ ବିରୋଧରେ ଗତ ୭ବର୍ଷ ହେବ ମୋକଦ୍ଦମା ଚାଲିଛି, କିନ୍ତୁ ଏବେ ବର୍ଷ ଯାଏ କାହିଁକି ତାଙ୍କୁ ଗିରଫ କରାଗଲାନି। ନିର୍ବାଚନର କିଛି ଦିନ ପୂର୍ବରୁ ଗିରଫ କରାଯାଇ ମୋ ମନୋବଳକୁ ଦୁର୍ବଳ କରିବା ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ଏଥିରେ ମୁଁ ଆଦୌ ବ୍ୟଥିତ ହୋଇନଥିଲି ଏବଂ ଏହା ମୋତେ ଅଧିକ ଶକ୍ତି ଯୋଗାଇଥିଲା। ମୋ ମତରେ ସିବିଆଇ କୌଣସି ଭୁଲ୍ କରିନାହିଁ ବରଂ ବାପାଙ୍କ ବିରୋଧରେ କ୍ଷଡ଼ଯନ୍ତ୍ର ରଚୁଥିବା କିଛି ଚକ୍ରାନ୍ତକାରୀ ଗୋଷ୍ଠୀ ହିଁ ଏହି କାମ କରାଯାଇଛି।"

ଶ୍ରୀବେହେରା ଆହୁରି କହିଛନ୍ତି, "ଆଗାମୀ ଦିନରେ କ୍ରିକେଟର ବିକାଶ କରିବା ମୋର ଉଦ୍ଦେଶ୍ୟ। ଆଗାମୀ ଦିନରେ ପେସାଦାର ଭାବେ ରାଜ୍ୟରେ କ୍ରିକେଟ୍ କିପରି ଆଗକୁ ବଢ଼ିବ, ସେଥିପ୍ରତି ଗୁରୁତ୍ୱ ଦିଆଯିବ। ରାଜ୍ୟ କ୍ରିକେଟ୍ ପାଇଁ ମୋର ଯେଉଁ ଭିଜନ୍ ଅଛି, ତାକୁ କାର୍ଯ୍ୟକାରୀ କରାଇବା ଉପରେ ମୁଁ ପ୍ରାଥମିକତା ଦେବି। ଗ୍ରାମାଞ୍ଚଳସ୍ତରରେ ଥିବା ପ୍ରତିଭାକୁ ଚିହ୍ନଟ କରାଇବା ଉପରେ ଗୁରୁତ୍ୱ ଦିଆଯିବ। ଡିସେମ୍ବରରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହେବ। ଗତ ମେ' ମାସରେ ବାତ୍ୟା 'ଫୋନି'ରେ ଷ୍ଟାଡିୟମରେ ଅନେକ କ୍ଷତି ହୋଇଛି ଏବଂ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଆମେ ପ୍ରୟାସ କରିବୁ ବୋଲି ସଞ୍ଜୟ କହିଛନ୍ତି।"

Related story