ତୀବ୍ର ହେବାରେ ଲାଗିଛି ସମନ ପଲିଟିକ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ତୀବ୍ର ହେବାରେ ଲାଗିଛି ସମନ ପଲିଟିକ୍ସ। ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଗତକାଲି ପ୍ରଥମେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ସମନ ଖବର ପରେ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ୨ଜଣ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ କରିଥିଲା।  ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି । ନୋଟିସ୍ ପ୍ରସଙ୍ଗରେ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ […]

golka-1

Tapas Behera
  • Published: Wednesday, 30 January 2019
  • , Updated: 30 January 2019, 04:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ତୀବ୍ର ହେବାରେ ଲାଗିଛି ସମନ ପଲିଟିକ୍ସ। ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଗତକାଲି ପ୍ରଥମେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ସମନ ଖବର ପରେ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ୨ଜଣ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ କରିଥିଲା।  ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି ।

ନୋଟିସ୍ ପ୍ରସଙ୍ଗରେ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଦୁଇ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ର। ପ୍ରତିଶୋଧ ପରାୟଣ ହୋଇ ରାଜ୍ୟ ସରକାର ପୁଲିସକୁ ବ୍ୟବହାର କରୁଛନ୍ତି ବୋଲି ଭୃଗୁ ଲେଖିଥିବାବେଳେସତ୍ୟର ଜୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଗୋଲକ।

ତେଣେ ଏହି ପ୍ରସଙ୍ଗକୁ ବିଜେଡି ଓ ବିଜେପି ପରସ୍ପରକୁ ଦୋଷାରୋପ କରୁଥିବାବେଳେ ପିସିସି ସଭାପତି କହିଛନ୍ତି ନିର୍ବାଚନ ଆସିଲେ ସିବିଆଇ ତତ୍ପର ହୋଇପଡ଼େ।

Related story