ଭାରତୀୟ କ୍ରିକେଟରେ 'ଅବସର' ବିବାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ‘ଅବସର’ କୌଣସି ‘ପ୍ରହେଳିକା’ଠାରୁ କମ୍ ନୁହେଁ। ଭାରତର କିଛି ପୂର୍ବତନ ଖେଳାଳିମାନେ ସଠିକ୍ ସମୟରେ ଅବସର ନିଷ୍ପତ୍ତି ନେଇଛନ୍ତି ତ କିଛି ନିଷ୍ପତ୍ତି ନେବା ପାଇଁ କୁଣ୍ଠାବୋଧ କରିଛନ୍ତି। ବର୍ତ୍ତମାନ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଭାରତୀୟ କ୍ରିକେଟ ଜଗତର ଏହି ବଡ଼ ଖେଳାଳି କେବେ ଏହି ଖେଳକୁ ଅଲବିଦା କହିବେ, ତାହା ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଝାରଖଣ୍ଡର ୩୮ ବର୍ଷୀୟ ଧୋନି ଗତ ଦୁଇମାସ […]

india-cricketer

india-cricketer

Ranjit Kumar Jena
  • Published: Monday, 23 September 2019
  • Updated: 23 September 2019, 07:06 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ 'ଅବସର' କୌଣସି 'ପ୍ରହେଳିକା'ଠାରୁ କମ୍ ନୁହେଁ। ଭାରତର କିଛି ପୂର୍ବତନ ଖେଳାଳିମାନେ ସଠିକ୍ ସମୟରେ ଅବସର ନିଷ୍ପତ୍ତି ନେଇଛନ୍ତି ତ କିଛି ନିଷ୍ପତ୍ତି ନେବା ପାଇଁ କୁଣ୍ଠାବୋଧ କରିଛନ୍ତି। ବର୍ତ୍ତମାନ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଭାରତୀୟ କ୍ରିକେଟ ଜଗତର ଏହି ବଡ଼ ଖେଳାଳି କେବେ ଏହି ଖେଳକୁ ଅଲବିଦା କହିବେ, ତାହା ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଝାରଖଣ୍ଡର ୩୮ ବର୍ଷୀୟ ଧୋନି ଗତ ଦୁଇମାସ ଧରି ଜାତୀୟ ଟିମ୍ ସହ ନାହାନ୍ତି ଏବଂ ନଭେମ୍ବର ପୂର୍ବରୁ ତାଙ୍କର ଟିମରେ ଯୋଗଦେବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସକୁ ନେଇ ଏପର୍ଯ୍ୟନ୍ତ ଧୋନିଙ୍କ ତରଫରୁ କୌଣସି ସୂଚନା ମିଳି ନାହିଁ।

କିନ୍ତୁ ଏ ନେଇ ବିସିସିଆଇ ପକ୍ଷରୁ ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, "ବାଂଲାଦେଶ ଗସ୍ତ ପାଇଁ ଧୋନିଙ୍କର ଉପଲବ୍ଧ ରହିବା ସମ୍ଭାବନା କମ୍। ବିସିସିଆଇରେ ଆମେ ସିନିୟର ଏବଂ 'ଏ' ଟିମର କ୍ରିକେଟରଙ୍କ ପାଇଁ ୪୫ ଦିନ ପୂର୍ବରୁ ମ୍ୟାଚର (ଅନ୍ତର୍ଜାତୀୟ ଓ ଘରୋଇ) ପ୍ରସ୍ତୁତ କରିଥାଉ, ଯେଉଁଥିରେ ଟ୍ରେନିଂ, ଆଣ୍ଟି-ଡୋପିଙ୍ଗ୍ କାର୍ଯ୍ୟକ୍ରମ ଆଦି ସାମିଲ୍ ଅଛି।" ଏପରିକି ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ବିଜୟ ହଜାରେ ଟ୍ରଫି ଦିନିକିଆ ଚାମ୍ପିୟନଶିପରେ ମଧ୍ୟ ଧୋନି ଝାରଖଣ୍ଡ ପକ୍ଷରୁ ଖେଳିବେ ନାହିଁ ବୋଲି ଖବର ମିଳିଛି।

ଅଭିଜ୍ଞ ସୁନୀଲ ଗାଭାସ୍କର ନିକଟରେ ଏକ ଟିଭି କାର୍ଯ୍ୟକ୍ରମରେ ଧୋନିଙ୍କ ଭବିଷ୍ୟତକୁ ନେଇ କହିଥିଲେ, "ଏବେ ସବୁ କିଛି ଧୋନିଙ୍କ ହାତରେ। ଆମକୁ ଏବେ ଧୋନିଙ୍କ ବିନା ଆଗକୁ ବଢ଼ିବାକୁ ପଡ଼ିବ। ଅତିକମରେ ବର୍ତ୍ତମାନ ସେ ମୋ ଟିମରେ ରହିବେ ନାହିଁ।" ଜଣେ କ୍ରିକେଟର ଭାବେ ଗାଭାସ୍କର ନିଜର ସ୍ପଷ୍ଟ କଥା ପାଇଁ ବେଶ୍ ପରିଚିତ।

ଯଦି ସନ୍ନ୍ୟାସ କଥା କୁହାଯିବ, ତାହେଲେ ଗାଭାସ୍କର ଏହି ନିଷ୍ପତ୍ତିକୁ ବଢ଼ିଆ ଢ଼ଙ୍ଗରେ ନେଇଥିଲେ। ଗାଭାସ୍କର ଚିନ୍ନାସ୍ୱାମୀ ଷ୍ଟାଡିୟମର ଟର୍ଣ୍ଣ କରୁଥିବା ପିଚରେ ନିଜର ଅନ୍ତିମ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ୯୬ ରନର ଇନିଂସ୍ ଖେଳିଥିଲେ। ଗାଭାସ୍କର ୧୯୮୭ ମସିହା ବେଳକୁ ୩୭ ବର୍ଷର ହୋଇଥିଲେ, କିନ୍ତୁ ନିଜର ଦମଦାର ଟେକନିକ୍ ଆଧାରରେ ସେ ଅତିବେଶୀରେ ୧୯୮୯ରେ ପାକିସ୍ତାନ ଗସ୍ତ ପର୍ଯ୍ୟନ୍ତ ଖେଳିପାରିଥାନ୍ତେ। ସେ ଏହି ଖେଳକୁ ଅଲବିଦା କହିବାର କଳାକୁ ଭଲ ଭାବେ ଜାଣିଥିଲେ। ତାଙ୍କୁ ଜଣାଥିଲା ଯେ ଭଲ ପ୍ରଦର୍ଶନ୍ ସତ୍ତ୍ୱେ ସେ ଏହି ଖେଳର ମଜା ଉଠାଇପାରୁ ନାହାନ୍ତି।

ସ୍ୱଗର୍ତ ବିଜୟ ମର୍ଚ୍ଚାଣ୍ଟ ଥରେ କହିଥିଲେ, କୌଣସି ଖେଳାଳିଙ୍କୁ ସନ୍ନ୍ୟାସ ନିଷ୍ପତ୍ତି ଉପରେ ସର୍ତକ ରହିବା ଦରକାର। ଖେଳାଳି ଜଣକ ସେତେବେଳେ ସନ୍ନ୍ୟାସ ନେବା ଦରକାର, ଯେତେବେଳେ ତାଙ୍କୁ ଲୋକେ କହୁଥିବେ ଏବେ କାହିଁକି ସନ୍ନ୍ୟାସ ନେଉଛ। ତେବେ ସବୁ ମହାନ୍ କ୍ରିକେଟର ଗାଭାସ୍କରଙ୍କ ଏଭଳି ନିଷ୍ପତ୍ତି ନେଇପାରିବେ ନାହିଁ।

୧୯୯୧ରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଅନ୍ୟତମ ମହାନ କ୍ରିକେଟରଙ୍କ ମଧ୍ୟରେ ପରିଚିତ କପିଲ୍ ଦେବଙ୍କ ଉପରେ ବୟସର ପ୍ରଭାବ ଦେଖିବାକୁ ମିଳିଥିଲା। କପିଲ୍ ଦେବ ବିଶ୍ୱ ରେକର୍ଡର ନିକଟତର ଥିଲେ, କିନ୍ତୁ ତାଙ୍କ ଗତି କମିବାରେ ଲାଗିଥିଲା ଏବଂ ସେ ଲୟ ମଧ୍ୟ ହାସଲ କରିପାରୁନଥିଲେ। ଏପରିକି ତତ୍କାଳୀନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ ତାଙ୍କୁ କିଛି ଓଭର କରାଇବା ପରେ ସ୍ପିନରଙ୍କୁ ବୋଲିଂ କରିବାକୁ ଦେଉଥିଲେ। କପିଲ ପାଇଁ ସେହି ସମୟରେ ଭାରତୀୟ କ୍ରିକେଟରେ ଅନ୍ୟତମ ଦ୍ରୁତ ବୋଲର ଭାବେ ପରିଚିତ ଜାଭାଗଲ ଶ୍ରୀନାଥଙ୍କୁ ତିନିବର୍ଷ ଟେଷ୍ଟ କ୍ରିକେଟରେ ସୁଯୋଗ ମିଳିନଥିଲା।

କ୍ରିକେଟକୁ ଅଲବିଦା କହିବା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଖେଳାଳି ପିଟିଆଇକୁ କହିଛନ୍ତି, "ଆପଣ ୧୦ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରନ୍ତି, ୨୦ ବର୍ଷ ବୟସରେ ପଦାର୍ପଣ କରନ୍ତି ଏବଂ ୩୫ ବର୍ଷ ପର୍ଯ୍ୟନ୍ତ ଖେଳନ୍ତି। ଅର୍ଥାତ୍ ଆପଣ ନିଜର ଜୀବନର ୨୫ ବର୍ଷ ଗୋଟିଏ କାର୍ଯ୍ୟ ପାଇଁ ବିନିଯୋଗ କଲେ। ଏହା ମଧ୍ୟରେ ଆପଣ ଅର୍ଥ ଉପାର୍ଜନ କଲେ, ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହେବାରେ ଲାଗିଲା। କିନ୍ତୁ ଆପଣଙ୍କ ପାଇଁ କ'ଣ ଠିକ୍, ତାହା ଜାଣିପାରନ୍ତିନି। ମୋ ମତରେ ସବୁ ଜିନିଷର ନିର୍ଦ୍ଦିଷ୍ଟ ସମୟସୀମା ଥାଏ।"

ଭାରତୀୟ କ୍ରିକେଟରେ ଗାଭାସ୍କର ଏଭଳି ଜଣେ କ୍ରିକେଟର, ଯିଏ ସଠିକ୍ ସମୟରେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କପିଲ୍ ଦେବ ନିଜ କ୍ୟାରିୟରକୁ ଲମ୍ବା ସମୟ ଧରି ଟାଣିଥିଲେ। ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ପାଇଁ ନିଜ ଟେଷ୍ଟ କ୍ୟାରିୟରର ଶେଷ ଦୁଇବର୍ଷ ଚମତ୍କାର ରହିଥିଲା। ଗାଙ୍ଗୁଲି ୨୦୦୮ରେ ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ସନ୍ନ୍ୟାସ ଘୋଷଣା କରିଥିଲେ, କାରଣ ସେ ଚାହୁଁନଥିଲେ ଯେ ଚୟନକର୍ତ୍ତା ଯେପରି ତାଙ୍କୁ ପୁଣିଥରେ ଟିମରୁ ବାଦ୍ ଦିଅନ୍ତୁ। ଧୋନିଙ୍କ ପରାମର୍ଶକ୍ରମେ ଗାଙ୍ଗୁଲି ଓ ଡ୍ରାଭିଡଙ୍କୁ ଦିନିକିଆ ଟିମରୁ ବାଦ୍ ଦିଆଯାଇଥିଲା, କିନ୍ତୁ ୨୦୧୧ରେ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରି ଡ୍ରାଭିଡ୍ ଦିନିକିଆ ସ୍କ୍ୱାଡରେ ସ୍ଥାନ ପାଇଥିଲେ। ତେବେ ଡ୍ରାଭିଡ୍ ଘୋଷଣା କରିଥିଲେ ଯେ, ଏହା ତାଙ୍କର ଶେଷ ଦିନିକିଆ ସିରିଜ୍ ହେବ। ଏହାର ୬ମାସ ପରେ ଅଷ୍ଟ୍ରେଲିଆରେ ଖରାପ ପ୍ରଦର୍ଶନ ଯୋଗୁ ସେ ଟେଷ୍ଟ କ୍ରିକେଟକୁ ମଧ୍ୟ ଅଲବିଦା କହିଥିଲେ।

ତେବେ ସଚିନ ତେନ୍ଦୁଲକରଙ୍କ ପକ୍ଷେ ଏହି ମାମଲା ସମ୍ପୂର୍ଣ୍ଣ ଅଲଗା ଥିଲା। ସଚିନ ଶତକ ମାରିପାରୁ ନଥିଲେ, କିନ୍ତୁ ବ୍ୟାଟିଂରେ ସେ ଠିକ୍-ଠାକ୍ ଯୋଗଦାନ କରୁଥିଲେ। ତତ୍କାଳୀନ ଚୟନକମିଟି ଅଧ୍ୟକ୍ଷ ଥିବା ସନ୍ଦୀପ ପାଟିଲ ସ୍ପଷ୍ଟ କରିଥିଲେ ଯେ, ଦିନିକିଆରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ। ଏହାର ପ୍ରଭାବରେ ଡିସେମ୍ବର, ୨୦୧୨ରେ ସଚିନ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ।

ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀର ସେହି ଖେଳାଳିମାନଙ୍କ ମଧ୍ୟରେ ସାମିଲ୍ ଥିଲେ, ଯିଏ ପରେ ବୁଝିପାରିଥିଲେ ଯେ ସେମାନଙ୍କର କ୍ରିକେଟ୍ କ୍ୟାରିୟର ଶେଷ ହୋଇଯାଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଧୋନି ଦୀର୍ଘ ସମୟ ଧରି ଭାରତୀୟ କ୍ରିକେଟର ସେବା କରିଛନ୍ତି। କିନ୍ତୁ ସବୁ ସେବାର ଶେଷ ଥାଏ। ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ଧୋନିଙ୍କ ଭୂମିକା ତୁଲାଇଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ କହିଥିଲେ, 'ଆମେ ସମସ୍ତେ ସେବକ ଏବଂ ଦେଶର ସେବା କରୁଛୁ ।' ଏବେ ଧୋନିଙ୍କୁ ଏହି ପଂକ୍ତିର ଅର୍ଥ ବୁଝିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story