ଇସ୍କନ ସାମ୍ନାରେ ଫସିଲା କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଲଗାଣ ବର୍ଷାରେ ବେହାଲ ରାଜଧାନୀ।   ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଗଲା। ଏମିତି ବର୍ଷା ହୋଇଥିଳା ଯେ, ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଗଲା।  ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ବର୍ଷା ଓ ନର୍ଦ୍ଦମା ପାଣି ମିଶି ଏକାକାର ହୋଇଯାଇଛି । କେଉଁଠି ଲୋକଙ୍କ ଘରେ ପାଣି ପଶିଗଲା ତ କେଉଁଠି ରାସ୍ତାରେ କାର୍‌, ଅଟୋ ଆଦି ଭାସିଲା। ପ୍ରବଳ ବର୍ଷା ରାଜଧାନୀର ବସ୍ତିଠୁ ‌ନେଇ କଲୋନି ଓ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ବି ଏକରକମ […]

6hm

Tapas Behera
  • Published: Sunday, 12 September 2021
  • , Updated: 12 September 2021, 04:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଲଗାଣ ବର୍ଷାରେ ବେହାଲ ରାଜଧାନୀ।   ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଗଲା। ଏମିତି ବର୍ଷା ହୋଇଥିଳା ଯେ, ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଗଲା।  ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ବର୍ଷା ଓ ନର୍ଦ୍ଦମା ପାଣି ମିଶି ଏକାକାର ହୋଇଯାଇଛି । କେଉଁଠି ଲୋକଙ୍କ ଘରେ ପାଣି ପଶିଗଲା ତ କେଉଁଠି ରାସ୍ତାରେ କାର୍‌, ଅଟୋ ଆଦି ଭାସିଲା। ପ୍ରବଳ ବର୍ଷା ରାଜଧାନୀର ବସ୍ତିଠୁ ‌ନେଇ କଲୋନି ଓ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ବି ଏକରକମ ଜଳବନ୍ଦୀ କରିଦେଇଛି ।  ଆଜିର ବର୍ଷାରେ ନୂଆପଲ୍ଲୀ ସ୍ଥିତ ଇସ୍କନ୍ ମନ୍ଦିର ସମ୍ମୁଖରେ ଚିରାଚରିତ ଢ଼ଙ୍ଗରେ କୁତ୍ରିମ ନଦୀର ଆକାର ଧାରଣ କରିଛି। ସମୁଦ୍ରର ଭ୍ରମ ସୃଷ୍ଟି କରୁଥିବା ବର୍ଷା ପାଣିରେ ବହୁ ଗାଡ଼ି ପାଣିରେ ଫସିଯାଇଥିବାବେଳେ ବହୁ ଗାଡ଼ି ଅଧା ବାଟରେ ଅଟକି ଯାଇଥିଲେ।

ତେବେ ଇସ୍କନ ନିକଟରେ ସ୍ପଞ୍ଜ ‌ଟେକ୍ନୋଲୋଜି ବ୍ୟବହାର କରାଯାଇ ଏଠାରେ ପାଣି ଜମିବା ସମସ୍ୟାକୁ ସମାଧାନ କରିବାକୁ ଯୋଜନା ହୋଇଛି। ସ୍ମାର୍ଟ ସିଟି ପ୍ରକଳ୍ପରେ ଭାରତ ସରକାରଙ୍କ ପରାମର୍ଶ କ୍ରମେ ଏଠାରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ହେବାକୁ ଯାଉଛି। କିଛି ଦିନ ପୂର୍ବେ ଏ ନେଇ ଜର୍ମାନୀର ରାଷ୍ଟ୍ରଦୂତ ୱାଲ୍ଟର ଜେ.ଲିଣ୍ଡନରଙ୍କ ସହ ଆଲୋଚନା ହୋଇଥିଲା।  ଏନେଇ ସୂଚନା ଦେଇଥିଲେ ଡ୍ରେନେଜ୍‌ ନିର୍ବାହୀ ଯନ୍ତ୍ରୀ ଗୌତମ ଦାସ। ଆସନ୍ତା ବର୍ଷାଋତୁ ପୂର୍ବରୁ ଜର୍ମାନୀର ସଂସ୍ଥା ଜିଆଇଜେଡ୍‌ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରିବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପ ମୁତାବକ, ସ୍ପଞ୍ଜ ଟେକ୍ନୋ‌ଲୋଜି ବ୍ୟବହାର କରାଯାଇ ଏହି ବର୍ଷାଜଳ ପରିଚାଳନା କରାଯିବ। ପ୍ରଥମେ କିଛି ପାଣି ଜମିବା ପାଇଁ ଏକ ଟାଙ୍କି ବ୍ୟବସ୍ଥା କରାଯିବ। ତାହା ମାଟି ତଳେ ରହିବ। ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏକ କୃତ୍ରିମ ହ୍ରଦ ତିଆରି କରାଯିବ। ବର୍ଷା ଜଳ ଏହି ତଳ ଟାଙ୍କିରେ ଜମିବା ପରେ ପ‌ରେ ଏହାକୁ ମଟର ସାହାଯ୍ୟରେ ଟାଣି ନେଇ ଉପରେ ଥିବା ସେହି କୃତ୍ରିମ ହ୍ରଦରେ ରଖାଯିବ।

Related story