ରାଷ୍ଟ୍ରପତି ଭାବେ କଣ ରହିବ ଦ୍ରୌପଦୀ ମୁର୍ମୁଙ୍କ କ୍ଷମତା

ନୂଆଦିଲ୍ଲୀ: ସୋମବାର ଦିନ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ତେବେ ରାଷ୍ଟ୍ରପତି ଭାବେ କଣ ରହିବ ତାଙ୍କର କ୍ଷମତା ଓ ଅଧିକାର ? ତେବେ ତାଙ୍କୁ କେଉଁ ସବୁ ସୁବିଧା ସୁଯୋଗ ମିଳିବ ଜାଣନ୍ତୁ। ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନକ ପରେ ଶପଥ ନେଉ ନେଉ ହେବେ ଦେଶର ନୂଆ ମୁଖିଆ। ବହୁ କ୍ଷମତାର ଅଧିକାରୀ  ରାଷ୍ଟ୍ରପତି ଭାବେ ସେ ହେବେ ଭାରତୀୟ […]

Draupadi Murmu

  • Published: Saturday, 23 July 2022
  • , Updated: 23 July 2022, 08:20 PM IST

ନୂଆଦିଲ୍ଲୀ: ସୋମବାର ଦିନ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ତେବେ ରାଷ୍ଟ୍ରପତି ଭାବେ କଣ ରହିବ ତାଙ୍କର କ୍ଷମତା ଓ ଅଧିକାର ? ତେବେ ତାଙ୍କୁ କେଉଁ ସବୁ ସୁବିଧା ସୁଯୋଗ ମିଳିବ ଜାଣନ୍ତୁ। ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନକ ପରେ ଶପଥ ନେଉ ନେଉ ହେବେ ଦେଶର ନୂଆ ମୁଖିଆ। ବହୁ କ୍ଷମତାର ଅଧିକାରୀ  ରାଷ୍ଟ୍ରପତି ଭାବେ ସେ ହେବେ ଭାରତୀୟ ସୁରକ୍ଷା ବାହିନୀର କମାଣ୍ଡର-ଇନ୍-ଚିଫ୍  । ତାଙ୍କ ପାଖରେ ରହିବ କୌଣସି ଦୋଷୀ ସାବ୍ୟସ୍ତ ବ୍ୟକ୍ତିର ଦଣ୍ଡକୁ କ୍ଷମା କରିବା, କମାଇ ଦେବା ବା ବାତିଲ କରିବା, ଏମିତିକି ମୃତ୍ୟୁ ଦଣ୍ଡ ଉପରେ ନିଷ୍ପତ୍ତି ନେବାର ଅଧିକାର ରହିବ।   ଭାରତର ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟପାଳ, ନିର୍ବାଚନ କମିଶନରଙ୍କୁ ବି ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେବେ ଦ୍ରୌପଦୀ  । ଯୁଦ୍ଧ, ବାହ୍ୟ ଆକ୍ରମଣ କିମ୍ବା ସଶସ୍ତ୍ର ବିଦ୍ରୋହ ଭଳି ସ୍ଥିତିରେ ଦେଶରେ ଜରୁରୀକାଳୀନ ସ୍ଥିତି ଏବଂ କୌଣସି ରାଜ୍ୟରେ ଆର୍ଥିକ କିମ୍ବା ସାମ୍ବିଧାନିକ ସଂକଟ କ୍ଷେତ୍ରରେ ଜରୁରୀ ପରିସ୍ଥିତି ବି ଲାଗୁ କରିପାରିବେ ।

ସମସ୍ତ ଆନ୍ତର୍ଜାତିକ ବୁଝାମଣାପତ୍ର ଓ ଚୁକ୍ତି ରାଷ୍ଟ୍ରପତିଙ୍କ ନାଁରେ ହିଁ ହେବ । ସଂସଦର ଉଭୟ ଗୃହରେ ପାରିତ କୌଣସି ବିଲ୍ ତାଙ୍କ ସ୍ୱୀକୃତି ପରେ ହିଁ ଆଇନରେ ପରିଣତ ହେବ।   ଏମିତିକି ରାଷ୍ଟ୍ରପତି ଭାବେ ସେ ଚାହିଁଲେ, କୌଣସି ବିଲକୁ କିଛି ସମୟ ପାଇଁ ଅଟକାଇ ରଖିପାରିବେ ବା ଏହା ଉପରେ ପୁନର୍ବିଚାର ଲାଗି ସଂସଦକୁ ଫେରାଇ ଦେଇପାରିବେ ।  ଏହା ହେଉଛି ଭାରତର ରାଷ୍ଟ୍ରପତିଙ୍କ ଭିଟୋ କ୍ଷମତା।  ଯାହାକି ବିଶ୍ୱର କୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ପାଖରେ ନାହିଁ।  ଏହାଛଡ଼ା ଯଦି ଲୋକସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନ ଥାଏ, ଏଭଳି କ୍ଷେତ୍ରରେ ରାଷ୍ଟ୍ରପତି ନିଜ ବିବେକ ଅନୁସାରେ କୌଣସି ଦଳକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିପାରିବେ।

ଶପଥ ନେବା ପରେ ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ମିଳିବ ବହୁ ସୁବିଧା ସୁଯୋଗ । ମାସିକ ପାଖାପାଖି ୫ ଲକ୍ଷ ଟଙ୍କାର ଟିକସ ମୁକ୍ତ ବେତନ, ବିଭିନ୍ନ ପ୍ରକାର ଭତ୍ତା ଦୁନିଆର କୌଣସି ବି ସ୍ଥାନକୁ ମାଗଣା ଯାତ୍ରାର ସୁବିଧା ମିଳିବ । ରହିବା ପାଇଁ ରାଇସିନା ହିଲରେ ୨ ଲକ୍ଷ ବର୍ଗଫୁଟ ଅଞ୍ଚଳ ପରିବ୍ୟାପ୍ତ ୩୪୦ ରୁମ୍ ବିଶିଷ୍ଟ ରାଷ୍ଟ୍ରପତି ଭବନ । ଯାହାର ଦେଖାଶୁଣା କରିବାକୁ ହରଦମ୍ ଲାଗି ରହିବେ ୨ଶହ କର୍ମଚାରୀ । ଅବକାଶ ନେବାକୁ ଚାହିଁଲେ ରହିଛି ହାଇଦ୍ରାବାଦର ରାଷ୍ଟ୍ରପତି ନିଲୟମ ଓ ସିମ୍ଲାର ରିଟ୍ରିଟ୍ ବିଲ୍ଡିଂ ନାମକ ଦୁଇଟି ଶାନ୍ଦାର୍ ହଲିଡେ୍ ରିଟ୍ରିଟ୍  ।  ଏଥିସହ ଯାତାୟତ ପାଇଁ ରହିଛି କଷ୍ଟମାଇଜ୍ଡ ମର୍ସିଡିଜ୍ ବେଞ୍ଜ ଏସ୍ ୬୦୦।  କେବଳ ସେତିକି ନୁହେଁ ଅବସର ପରେ ରାଷ୍ଟ୍ରପତିଙ୍କୁ ମାସିକ ଦେଢ଼ ଲକ୍ଷ ଟଙ୍କା ପେନ୍ସନ୍ ଓ କର୍ମଚାରୀଙ୍କ ଖର୍ଚ୍ଚ ନିମନ୍ତେ ଅତିରିକ୍ତ ୬୦ ହଜାର ଟଙ୍କା, ରହିବା ପାଇଁ ଟାଇପ୍ ଏଇଟ୍ ବାସଗୃହ, ଜୀବନ ସାରା ମାଗଣା ମେଡିକାଲ ସେବା ଏବଂ ଜଣେ ସହଯୋଗୀଙ୍କ ସହ ଟ୍ରେନ୍ ଓ ବିମାନରେ ମାଗଣାରେ ଯାତ୍ରାର ବି ସୁବିଧା ମିଳିବ । ସ୍ୱାଧୀନତାର ୭୫ ବର୍ଷ ପରେ ଜଣେ ଆଦିବାସୀ ମହିଳା ତଥା ଓଡ଼ିଆ ରାଷ୍ଟ୍ରମୁଖ୍ୟ ହେବେ ଦ୍ରୌପଦୀ ମୁର୍ମୁ ।  ଆଉ ତାଙ୍କ ନାଁରେ ଚାଲିବ ଭାରତ ଶାସନ।

Related story