ଡରେଇଲାଣି ଥାର୍ଡ ୱେଭ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଡରେଇଲାଣି ଥାର୍ଡ ୱେଭ୍ । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି । ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି । ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ। ଦେଶରେ ୨୩ ଓ ୨୪ ତାରିଖ […]

covid

Tapas Behera
  • Published: Sunday, 29 August 2021
  • , Updated: 29 August 2021, 08:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଡରେଇଲାଣି ଥାର୍ଡ ୱେଭ୍ । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି । ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି । ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ।

ଦେଶରେ ୨୩ ଓ ୨୪ ତାରିଖ ଦୁଇଦିନ ୨୫ ହଜାରକୁ ଖସି ଆସିଥିବା ଦୈନିକ ସଂକ୍ରମଣ ହଠାତ୍ ବଢି ଯାଇଛି। ୪ ଦିନ ଧରି ୪୪ ହଜାର ଉପରେ ଟ୍ରେଣ୍ଡ କରୁଛି ।  ଏପଟେ ଲଗାତର ୪ ଦିନ ଧରି ରାଜ୍ୟରେ ତଳମୁହାଁ ଥିବା ସଂକ୍ରମଣ ଆଜି ପୁଣି ଉପରମୁହାଁ ରାସ୍ତା ଧରିଲାଣି । ଆଗକୁ ପାର୍ବଣ ଋତୁ ତେଣୁ ଏବେଠୁ ସଂକ୍ରମଣର ଏ ସ୍ଥିତିକୁ ଦେଖି ବଢ଼ିଲାଣି ଥାର୍ଡେଓ୍ୱଭ୍ ଭୟ । କରୋନା କଟକଣାକୁ କେନ୍ଦ୍ର ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢ଼ାଇଥିଲା ବେଳେ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ତୃତୀୟ ଲହର ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ ହୋଇଛି।

ଏହାରିଭିତରେ ଆଜିଠୁ ଦୁଇଟି ଜିଲ୍ଲା ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସେରୋ ସର୍ଭେ ଆରମ୍ଭ ହୋଇଥିଲାବେଳେ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ୧୨ଟି ଜିଲ୍ଲାରୁ ୬୬୮୦ଟି ସାମ୍ପୁଲ ସଂଗ୍ରହ କରି ପୂରା ପ୍ରକ୍ରିୟା ସାରିବାର ଯୋଜନା ରଖିଛି । ସ୍ୱାସ୍ଥ୍ୟ ବିଭାଗ ଅପରପକ୍ଷେ ଅଗଷ୍ଟ ମାସ ସରିବାକୁ ଆଉ ମାତ୍ର ଦୁଇ ଦିନ ଥିଲା ବେଳେ ସମ୍ଭାବ୍ୟ ତୃତୀୟ ଲହରର ଡର ଭିତରେ ରାଜ୍ୟ ସରକାର ସେପ୍ଟେମ୍ବର ପାଇଁ କିଭଳି ଗାଇଡ୍‌ଲାଇନ୍ ଆଣୁଛନ୍ତି ତା ଉପରେ ନଜର ରହିଛି।

Related story