ଗାଡ଼ି ବିକି ଦେଇ ଲୁଟ୍‌ ଡ୍ରାମା କରୁଥିଲେ ଡ୍ରାଇଭର , କ୍ରସ୍‌ କ୍ୱେଶ୍ଚିନ୍‌ରୁ ଧରାପଡ଼ିଗଲେ

ଯାଜପୁର(ଗୁଲାମ ଗସ୍‌):ଲୁଟ୍‌ ହୋଇଥିବା ଏକ ହାଇୱା ଗାଡ଼ିର ପଦ୍ଦାଫାସ୍‌ କଲା ପୁଲିସ। ଆଉ କେହି ନୁହେଁ ଦୁଇଜଣ ଡ୍ରାଇଭର ଗାଡ଼ିଟିକୁ ବିକି ଦେଇ ଲୁଟ୍‌ ଡ୍ରାମା କରିଥିବା ପୁଲିସ ଜାଣିବାକୁ ପାଇଛି। ପୂରା ଘଟଣା ସମ୍ପର୍କରେ ଖୁଲାସା କରିଛି ଯାଜପୁରର ଜେନାପୁର ପୁଲିସ୍। ଏହି ଘଟଣାରେ ପୁଲିସ ଦୁଇଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖ ରାତିରେ ଜେନାପୁର ଥାନା ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ଛକ […]

54321

Tapas Behera
  • Published: Tuesday, 10 December 2019
  • , Updated: 10 December 2019, 07:17 PM IST

ଯାଜପୁର(ଗୁଲାମ ଗସ୍‌):ଲୁଟ୍‌ ହୋଇଥିବା ଏକ ହାଇୱା ଗାଡ଼ିର ପଦ୍ଦାଫାସ୍‌ କଲା ପୁଲିସ। ଆଉ କେହି ନୁହେଁ ଦୁଇଜଣ ଡ୍ରାଇଭର ଗାଡ଼ିଟିକୁ ବିକି ଦେଇ ଲୁଟ୍‌ ଡ୍ରାମା କରିଥିବା ପୁଲିସ ଜାଣିବାକୁ ପାଇଛି। ପୂରା ଘଟଣା ସମ୍ପର୍କରେ ଖୁଲାସା କରିଛି ଯାଜପୁରର ଜେନାପୁର ପୁଲିସ୍। ଏହି ଘଟଣାରେ ପୁଲିସ ଦୁଇଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖ ରାତିରେ ଜେନାପୁର ଥାନା ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ଛକ ନିକଟରୁ ୬ଜଣ ଦୁର୍ବୃତ ବନ୍ଧୁକ ଦେଖାଇ ୨ଟି ହାଇୱା ଗାଡି ଲୁଟିନେଇଥିଲେ ବୋଲି ଗାଡି ଚାଳକ ମାଲିକଙ୍କୁ ଜଣାଇଥିଲେ । ୬ତାରିଖ ଦିନ ଗାଡି ମାଲିକ ଜେନାପୁର ଥାନାରେ ପହଂଚି ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଡ୍ରାଇଭର ଦ୍ୱୟଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେମାନଙ୍କ ବୟାନକୁ ନେଇ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା ।

ଉଭୟ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ହିଁ ଗାଡିକୁ ଅନ୍ୟତ୍ର ବିକ୍ରି କରିଥିଲେ ଏବଂ ଘଟଣାକୁ ଚୋରି ରୂପ ଦେବା ଲାଗି ଏଭଳି ଏକ ଯୋଜନା ପ୍ରସ୍ତୁତ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଏମାନେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଂଚଳର ଶାହାଜାଦା ଓରଫ ରାଜାକୁ ହାଇୱା ଦୁଇଟିକୁ ବିକ୍ରି  କରିଥିଲେ । ତେବେ ସେଠାରେ ଜେନାପୁର ପୁଲିସ ପହଂଚି ଗୋଟିଏ ଟ୍ରକକୁ ଉଦ୍ଧାର କରିବା ସହ ଆଉ ଏକ ଟ୍ରକର ଡାଲାକୁ ଜବତ କରିଛି । ଏଥିସହ ସେମାନଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ କରିଛି । ଏସଂପର୍କରେ ଅଧିକ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ଚାଳକ ଦ୍ୱୟ ଖୋର୍ଦ୍ଧା ଅଂଚଳର ସନ୍ୟାସୀ ମହାରଣା ଓ ନିମାପଡା ଅଂଚଳର ପ୍ରଭାକର ମଲିକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related story