ଟ୍ୱିଟର ପେଜରେ ୨୦୧୬ର ନୂଆ ଭିଜନ୍ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୧୬ ପାଇଁ ନୂଆ ଭିଜନ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଟ୍ୱିଟର ପେଜରେ ୨୦୧୬ର ଭିଜନରେ ସେ ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୁବକଙ୍କୁ ନିଯୁକ୍ତି ଭଳି ୧୫ଟି ଏଜେଣ୍ଡା ଉପରେ ଫୋକସ୍ କରିଛନ୍ତି। ତେବେ ବର୍ଷ ୨୦୧୫ରେ ବିଭିନ୍ନ ପ୍ରସଙ୍ଗରେ ଅଡୁଆରେ ପଡିଥିବା ବିଜେଡି, ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ସୋସିଆଲ୍ ନେଟୱର୍କିଂକୁ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଛି। ଏପରି କି ବିରୋଧୀ ମଧ୍ୟ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। କିଛିମାସ ହେବ ମୁଖ୍ୟମନ୍ତ୍ରୀ ଟ୍ୱିଟର ପେଜ ଖୋଲିଛନ୍ତି। […]

cm

Rakesh Mallick
  • Published: Sunday, 03 January 2016
  • , Updated: 04 January 2016, 03:02 AM IST

ଭୁବନେଶ୍ୱର: ୨୦୧୬ ପାଇଁ ନୂଆ ଭିଜନ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଟ୍ୱିଟର ପେଜରେ ୨୦୧୬ର ଭିଜନରେ ସେ ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୁବକଙ୍କୁ ନିଯୁକ୍ତି ଭଳି ୧୫ଟି ଏଜେଣ୍ଡା ଉପରେ ଫୋକସ୍ କରିଛନ୍ତି। ତେବେ ବର୍ଷ ୨୦୧୫ରେ ବିଭିନ୍ନ ପ୍ରସଙ୍ଗରେ ଅଡୁଆରେ ପଡିଥିବା ବିଜେଡି, ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ସୋସିଆଲ୍ ନେଟୱର୍କିଂକୁ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଛି। ଏପରି କି ବିରୋଧୀ ମଧ୍ୟ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି।

କିଛିମାସ ହେବ ମୁଖ୍ୟମନ୍ତ୍ରୀ ଟ୍ୱିଟର ପେଜ ଖୋଲିଛନ୍ତି। ଏବେ ଏଥିରେ ସେ ପୂରା ଆକ୍ଟିଭ ରହୁଛନ୍ତି। ନିଜ ପେଜରେ ନୂଆବର୍ଷ ୨୦୧୬ ପାଇଁ ସେ ସଙ୍କଳ୍ପ ରଖିଛନ୍ତି। ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ ସହ ଗମନାଗମନ, ମହିଳା ଶସକ୍ତିକରଣ, ନିଯୁକ୍ତି, ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବାକୁ ଫୋକସ କରିଛନ୍ତି। ପ୍ରାୟ ୧୫ଟି ଫଟୋ ପକାଇ ନବୀନ ଏଭଳି କିଛି ବାର୍ତ୍ତା ଦେଇଛନ୍ତି। ତାହା ସହିତ ନିରାମୟ ଓ ଆହାର ଯୋଜାନର ସଠିକ କାର୍ଯ୍ୟକାରିତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସୋସିଆଲ୍ ମିଡିଆକୁ ମାଧ୍ୟମ କରି ଯୁବବର୍ଗଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ କରିଛନ୍ତି ନବୀନ।

୨୦୧୫ରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ଏଭଳି ସ୍ଥିତିରେ ବିଜେଡି ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ସୋସିଆଲ ନେଟୱାର୍କକୁ ବ୍ୟବହାର କରୁଛି ବୋଲି ଚର୍ଚ୍ଚା ହେଉଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନପତି କହିଛନ୍ତି, ନବୀନଙ୍କ ଲୋକପ୍ରିୟତା କମୁଥିବାରୁ ଏବେ ସେ ଏଭଳି ଟ୍ୱଇଟ କରୁଛନ୍ତି।

Related story