୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍: ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି

ମୀରପୁର: ଆଜି ମୀରପୁରରେ ଖେଳାଯାଉଛି ୱେଷ୍ଟଇଣ୍ଡିଜ-ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ କ୍ରିକେଟ୍‌ ଫାଇନାଲ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟସ୍ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। । ପୂର୍ବରୁ ୩ ଥର ଏହି ବିଶ୍ୱକପ୍‌କୁ ଜିତି ଥିବା ଭାରତୀୟ ଦଳ ଏହାକୁ ପୁଣି ଥରେ ହାତେଇବାକୁ ଚେଷ୍ଟା କରିବ । ଭାରତୀୟ ଦଳ ଏହି ବିଶ୍ୱକପ୍‌ର ଫାଇନାଲ୍‌କୁ ପଞ୍ଚମ ଥର ପାଇଁ ଯାଇଛି। ଭାରତୀୟ ଦଳ ଆଜି ଏହି ବିଶ୍ୱକପ୍ ଜିତିଲେ ରେକର୍ଡ ସ୍ଥାପନ କରିବ। ଏଯାବତ୍ […]

u-19 world-cup

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 12:13 PM IST

ମୀରପୁର: ଆଜି ମୀରପୁରରେ ଖେଳାଯାଉଛି ୱେଷ୍ଟଇଣ୍ଡିଜ-ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ କ୍ରିକେଟ୍‌ ଫାଇନାଲ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟସ୍ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। । ପୂର୍ବରୁ ୩ ଥର ଏହି ବିଶ୍ୱକପ୍‌କୁ ଜିତି ଥିବା ଭାରତୀୟ ଦଳ ଏହାକୁ ପୁଣି ଥରେ ହାତେଇବାକୁ ଚେଷ୍ଟା କରିବ । ଭାରତୀୟ ଦଳ ଏହି ବିଶ୍ୱକପ୍‌ର ଫାଇନାଲ୍‌କୁ ପଞ୍ଚମ ଥର ପାଇଁ ଯାଇଛି। ଭାରତୀୟ ଦଳ ଆଜି ଏହି ବିଶ୍ୱକପ୍ ଜିତିଲେ ରେକର୍ଡ ସ୍ଥାପନ କରିବ। ଏଯାବତ୍ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ୩ ଥର ଲେଖାଏଁ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଜିତିଛନ୍ତି। ତେଣୁ ଆଜି ବିଜୟ ହାସଲ କଲେ ଭାରତୀୟ ଦଳ ସର୍ବାଧିକ ଥର ପାଇଁ ଏହି କପ୍ ଜିତିବାର ଗୌରବ ଅର୍ଜନ କରିବ।

୧୯୮୮ ମସିହାରୁ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ ଆରମ୍ଭ ହୋଇଥିଲା। ସେହି ବର୍ଷ ଅଷ୍ଟ୍ରେଲିଆ ଏହି କପ୍ ହାତେଇ ଥିଲା। ୨୦୦୨ ଓ ୨୦୧୦ରେ ଅଷ୍ଟ୍ରେଲିଆ ପୁନର୍ବାର ଏହି ବର୍ଗରେ ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଥିଲା। ଭାରତ ୨୦୦୦, ୨୦୦୮ ଓ ୨୦୧୨ରେ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଥିଲା।

Related story