ଗ୍ୟାଙ୍ଗଷ୍ଟର ପତ୍ନୀଙ୍କ ୬.୩୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ପୁଲିସ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶର କୁଖ୍ୟାତ୍‌ ଡନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ମୁକ୍ତାର ଅନ୍‌ସାରିଙ୍କ ପତ୍ନୀ ଆସାଫ ଅନସାରିଙ୍କ ଦୁ‌ଇଟି ଜମିକୁ ଆଟାଚ୍‌ କରିଛି ପୁଲିସ। ଯାହାର ମୂଲ୍ୟ ୬.୩୦ କୋଟି ଟଙ୍କା ହେବ।  ସଦକର କୋଟୱାଲି ଏରିଆରେ ରାଜଦେପୁର ଏବଂ ଫତେହୁଲ୍ଲାପୁରରେ ଏହି ଦୁଇଟି ଜମି ରହିଛି।  ଗ୍ୟାଙ୍ଗଷ୍ଟର ଆକ୍ଟ ଧାରା ୧୪(୧) ଅଧୀନରେରେ ତାଙ୍କ ସମ୍ପତ୍ତି  ଆଟାଚ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ଏସପିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟାନୁଷ୍ଠାନ […]

890

  • Published: Saturday, 13 August 2022
  • , Updated: 13 August 2022, 07:24 PM IST

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶର କୁଖ୍ୟାତ୍‌ ଡନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ମୁକ୍ତାର ଅନ୍‌ସାରିଙ୍କ ପତ୍ନୀ ଆସାଫ ଅନସାରିଙ୍କ ଦୁ‌ଇଟି ଜମିକୁ ଆଟାଚ୍‌ କରିଛି ପୁଲିସ। ଯାହାର ମୂଲ୍ୟ ୬.୩୦ କୋଟି ଟଙ୍କା ହେବ।  ସଦକର କୋଟୱାଲି ଏରିଆରେ ରାଜଦେପୁର ଏବଂ ଫତେହୁଲ୍ଲାପୁରରେ ଏହି ଦୁଇଟି ଜମି ରହିଛି।  ଗ୍ୟାଙ୍ଗଷ୍ଟର ଆକ୍ଟ ଧାରା ୧୪(୧) ଅଧୀନରେରେ ତାଙ୍କ ସମ୍ପତ୍ତି  ଆଟାଚ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ଏସପିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ହର ଘର ତ୍ରିରଙ୍ଗା ଅଭିଯାନ ଚାଲୁଥିବା ବେଳେ ଗାଜିପୁର ଏସପି  ରୋହନ ପି ବୋତ୍ରେ ଏହି ସମ୍ପତ୍ତି ଆଟାଚ କରିଛନ୍ତି।

ଏଥିପାଇଁ  ୩୦-୪୦ ଦିନ ହେବ ପ୍ରସ୍ତୁତି ଜାରି ରହିଥିଲା । ଆଗରୁ ଅନସାରି ଗ୍ୟାଙ୍ଗର୯୭ ସହଯୋଗୀଙ୍କୁ ପୁଲିସ  କବ୍‌ଜା କରିଛି। କେବଳ ଏତିକି ନୁହେଁ  ବର୍ତ୍ତମାନ ପର୍ଯ୍ୟନ୍ତ ଅନସାରିଙ୍କ ୬୬କୋଟି ଟଙ୍କାର ଅବୈଧ ସମ୍ପତ୍ତି ଜବତ କରିସାରିଛି ପୁଲିସ।। ଅନ୍ୟପକ୍ଷରେ ୪୧କୋଟି ଟଙ୍କାର ଅବୈଧ ଆୟର ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶରେ ଆଇନର ଶାସନ ଚାଲିଛି।

ଏଠାରେ ଥିବା ଅଭିଧାନରେ ବେଆଇନ, ଅର୍ଥନୈତିକ ଏବଂ ବିଶୃଙ୍ଖଳା ଭଳି ଶବ୍ଦ ନାହିଁ। ମାଫିଆ ହେଉ କିମ୍ବା ମୁକ୍ତାର ଅନସାରୀ ପରି ଅନ୍ୟ କୌଣସି ଅପରାଧୀ ହୁଅନ୍ତୁ, ଯୋଗୀ ସରକାର ଶୂନ୍ୟ ସହନଶୀଳତା ସହିତ ସେମାନଙ୍କ କୁକର୍ମ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜଣେ ବିଜେପି ନେତା କହିଛନ୍ତି।

Related story