ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ସପକ୍ଷରେ ଉଚ୍ଚଜାତିର ପଞ୍ଚାୟତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ଦଳିତ ମହିଳାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସପକ୍ଷରେ ଉଚ୍ଚଜାତିର ଲୋକେ ଆଜି ପଞ୍ଚାୟତ ବସାଇଛନ୍ତି। ଗିରଫ ପରେ ଜେଲରେ ଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟ ଦାବି କରି ଶୁକ୍ରବାର ଏମାନେ ଧାରଣା ପ୍ରଦର୍ଶନ କରିବା ସହ ପଞ୍ଚାୟତ ବସାଇଛନ୍ତି। ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟି ଟିମ୍‌ ପକ୍ଷପାତ ନ କରି ଏହାର ତଦନ୍ତ ଠିକ ଭାବେ କରିବା ଦରକାର ବୋଲି […]

gh

Hemant Lenka
  • Published: Friday, 02 October 2020
  • , Updated: 02 October 2020, 08:18 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ଦଳିତ ମହିଳାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସପକ୍ଷରେ ଉଚ୍ଚଜାତିର ଲୋକେ ଆଜି ପଞ୍ଚାୟତ ବସାଇଛନ୍ତି। ଗିରଫ ପରେ ଜେଲରେ ଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟ ଦାବି କରି ଶୁକ୍ରବାର ଏମାନେ ଧାରଣା ପ୍ରଦର୍ଶନ କରିବା ସହ ପଞ୍ଚାୟତ ବସାଇଛନ୍ତି।

ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟି ଟିମ୍‌ ପକ୍ଷପାତ ନ କରି ଏହାର ତଦନ୍ତ ଠିକ ଭାବେ କରିବା ଦରକାର ବୋଲି ଧାରଣାରେ ବସିଥିବା ଲୋକମାନେ ଦାବି କରିଛନ୍ତି। କିଛି ରାଜନୀତିକ ଦଳ ଏହି ମାମଲାରୁ ନିଜର ଫାଇଦା ହାସଲ କରିବାକୁ ଚାହୁଁଥିବା ମଧ୍ୟ ସେମାନେ କହିଛନ୍ତି।

ପଞ୍ଚାୟତରେ ଥିବା ଜଣେ ବ୍ୟକ୍ତି କହିଛନ୍ତି, ଯଦି ଆମ ପିଲାମାନେ ଦୋଷ କରିଥିବେ, ତା’ହେଲେ ସେମାନଙ୍କୁ ଦଣ୍ଡ ମିଳିବା ଦରକାର। ନିର୍ଦ୍ଦୋଷୀଙ୍କୁ କେବେ ହେଲେ ଫସା ନଯାଉ ଓ ଦୋଷୀଙ୍କୁ ଛଡ଼ା ନ ଯାଉ ବୋଲି ସେ କହିଛନ୍ତି।
https://twitter.com/i/status/1311930180160483334

ପୀଡ଼ିତାଙ୍କ ଗାଁ ବୋଲଗାଡ଼ିଠାରୁ ମାତ୍ର ୫ କିମି ଦୂରରେ ଥିବା ବାହାଘନ ଗାଁରେ ଏହି ପଞ୍ଚାୟତ ବସିଥିଲା। ଏଥିରେ ସାମିଲ ହୋଇଥିବା ପ୍ରାୟ ସମସ୍ତ ଲୋକ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସପକ୍ଷରେ ମତଦେଇଥିଲେ। ଯଦି ପୀଡ଼ିତାଙ୍କ ଭାଇ ଓ ମା’ଙ୍କୁ ପ୍ରଶ୍ନ କରାଯାଏ, ତା’ହେଲେ ପ୍ରକୃତ ସତ ପଦାକୁ ଆସିପାରିବ ବୋଲି ପଞ୍ଚାୟତ ପକ୍ଷରୁ କୁହାଯାଇଛି।

ରାଜନେତାମାନେ ଘଟଣାକୁ ଓଲଟପାଲଟ କରୁଛନ୍ତି, ପୁଲିସ ଠିକ୍ ଯାଞ୍ଚ କରୁଛି। ତଥାପି ଘଟଣାରେ ସିବିଆଇ ତଦନ୍ତ ହେବା ଦରକାର ବୋଲି ପଞ୍ଚାୟତ ବୈଠକର ଜଣେ ସଦସ୍ୟ କହିଛନ୍ତି।

Related story