ପାଣି ପାଇଁ ଲୋକେ କଲବଲ

ବାଙ୍କି(ଓଡ଼ିଶା ରିପୋର୍ଟର):ପାଣି ପାଇଁ କଲବଲ ବାଙ୍କି ତାଳବସ୍ତ ପଂଚାୟତବାସୀ । ଗାଁରେ ଅଧିକାଂଶ ସାହିରେ ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ଏବଂ ଷ୍ଟାଣ୍ଡପୋଷ୍ଟ ନିର୍ମିତ ହୋଇଥିଲେବି ଏହା ଏବେ କାମରେ ଆସୁନି। ସେପଟେ ଗାଁରେ ଯେଉଁ କେତୋଟି ନଳକୂଅ ଅଛି, ସେଠାରୁ ହଳଦିଆ ପାଣି ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି। ପାଣି ମୁନ୍ଦେ ପାଇଁ ଗାଁ ପାଖ ରଣ ନଦୀରୁ ପାଣି ବୋହୁଛନ୍ତି ଲୋକେ। ଏପରିକି ପଂଚାୟତ ତରଫରୁ ପାଣି ଟ୍ୟାଙ୍କର ଯୋଗାଯାଇଥିଲେବି ତାହା […]

bkl

bkl

Tapas Behera
  • Published: Wednesday, 22 May 2019
  • Updated: 22 May 2019, 06:07 PM IST

Sports

Latest News

ବାଙ୍କି(ଓଡ଼ିଶା ରିପୋର୍ଟର):ପାଣି ପାଇଁ କଲବଲ ବାଙ୍କି ତାଳବସ୍ତ ପଂଚାୟତବାସୀ । ଗାଁରେ ଅଧିକାଂଶ ସାହିରେ ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ଏବଂ ଷ୍ଟାଣ୍ଡପୋଷ୍ଟ ନିର୍ମିତ ହୋଇଥିଲେବି ଏହା ଏବେ କାମରେ ଆସୁନି। ସେପଟେ ଗାଁରେ ଯେଉଁ କେତୋଟି ନଳକୂଅ ଅଛି, ସେଠାରୁ ହଳଦିଆ ପାଣି ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ପାଣି ମୁନ୍ଦେ ପାଇଁ ଗାଁ ପାଖ ରଣ ନଦୀରୁ ପାଣି ବୋହୁଛନ୍ତି ଲୋକେ। ଏପରିକି ପଂଚାୟତ ତରଫରୁ ପାଣି ଟ୍ୟାଙ୍କର ଯୋଗାଯାଇଥିଲେବି ତାହା ପର୍ଯ୍ୟାପ୍ତ ହେଉନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟପଟେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଏସଡିଓ କହିଛନ୍ତି, ଫୋନି ଯୋଗୁଁ ବିଦ୍ୟୁତ୍‌ ବିତରଣ ବନ୍ଦ ଥିବାରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି । ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos