ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚା; ମେନୁରେ ୧୦୫ ପ୍ରକାର ଆଇଟମ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚା ଟିକେ ନିଆରା। ପୁଣି ଯଦି ଡାକ୍ତର ଜ୍ୱାଇଁ ହୋଇଥିବା ଓ ପ୍ରଥମ ଥର ଶ୍ୱଶୁର ଘରକୁ ଆସିଥିବେ, ତାହା ହେଲେ ଚର୍ଚ୍ଚା ଟିକେ ଅଲଗା ପ୍ରକାର ହୋଇଥାଏ। ଶାଶୁ ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ଜ୍ୱାଇଁଙ୍କୁ ପରଷିଥାନ୍ତି। ହେଲେ ନିମାପଡ଼ାରେ ଦେଖିବାକୁ ମିଳିଛି ପୂରା ଭିନ୍ନ ଜ୍ୱାଇଁ ଚର୍ଚ୍ଚା, ଯାହା କେହି କେବେ ଭାବି ନ ଥିବେ। ଏଠାରେ ଶାଶୁ ଜ୍ୱାଇଁଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି […]

105

Niharika Rout
  • Published: Wednesday, 22 July 2020
  • , Updated: 22 July 2020, 09:54 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚା ଟିକେ ନିଆରା। ପୁଣି ଯଦି ଡାକ୍ତର ଜ୍ୱାଇଁ ହୋଇଥିବା ଓ ପ୍ରଥମ ଥର ଶ୍ୱଶୁର ଘରକୁ ଆସିଥିବେ, ତାହା ହେଲେ ଚର୍ଚ୍ଚା ଟିକେ ଅଲଗା ପ୍ରକାର ହୋଇଥାଏ। ଶାଶୁ ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ଜ୍ୱାଇଁଙ୍କୁ ପରଷିଥାନ୍ତି। ହେଲେ ନିମାପଡ଼ାରେ ଦେଖିବାକୁ ମିଳିଛି ପୂରା ଭିନ୍ନ ଜ୍ୱାଇଁ ଚର୍ଚ୍ଚା, ଯାହା କେହି କେବେ ଭାବି ନ ଥିବେ।

ଏଠାରେ ଶାଶୁ ଜ୍ୱାଇଁଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ୧୦୫ ପ୍ରକାର ଆଇଟମ୍‌। ତାହା ପୁଣି ଶୁଦ୍ଧ ଶାକାହାରୀ। ଏହା ଦେଖି ଡାକ୍ତର ଜ୍ୱାଇଁ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ମନ ଭରି ଭଳିକି ଭଳି ବ୍ୟଞ୍ଜନର ସ୍ୱାଦ ନେଇଥିଲେ।

ଏପରି ଭାଗ୍ୟବାନ ଜ୍ୱାଇଁ ହେଉଛନ୍ତି କଟକ ବିଜୁ ପଟ୍ଟନାୟକ ଛକର ଡାକ୍ତର ଶୁଭ୍ରଜିତ୍ ସାହୁ । ବାହାଘର ପରେ ପ୍ରଥମ ଥର ପାଇଁ ନିମାପଡ଼ାସ୍ଥିତ ଶ୍ୱଶୁର ଘର ଯାଇଥିଲେ। ସେଠାରେ ମିଳିଛି ଏମିତି ଚର୍ଚ୍ଚା।  ସୋଶାଲ୍‌  ମିଡିଆରେ ଭାଇରାଲ୍ ଏହି ଭିଡିଓ ଭାଇରାଲ ହେବା ପରେ ଏପରି ଜ୍ୱାଇଁଙ୍କୁ ନେଇ ଚାରି ଆଡ଼େ ଚର୍ଚ୍ଚା।

ବାହାଘର ପରେ ପ୍ରଥମ ଥର ଶ୍ୱଶୁର ଘର ଯାଇଥିବା ଡାକ୍ତର ଶୁଭ୍ରଜିତ୍‌ଙ୍କୁ ପରଷା ଯାଇଛି ୧୦୫ ପ୍ରକାର ଆଇଟମ୍ ।   ସାଦା ଭାତ, ମିଠା ଭାତ, ଫ୍ରାଏଡ଼ ରାଇସ୍‌, ହଦି ଭାତ, ହରଡ ଡାଲି, ମୁଗ ଡାଲି, ଚିଲି ପନୀର, ଛତୁ ମସଲା, ଛୋଲେ ବଟୋରେ, ମଟର ତରକାରି, ଡାଲମା, ଛେନା ଆଳୁ, ହବିଷ ଡାଲମା, ବେସର, ଆଳୁ କଷା, ଡାଲମା, ସନ୍ତୁଳା, ଆମ୍ବ ଖଟା, ଟମାଟୋ ଖଟା, ଦହି କଡ଼ି,  ଛଚିନ୍ଦ୍ରା ଭଭଜା, ପୋଟଳ ଭଜା। କେବଳ ଏତିକି ନୁହେଁ ଆହୁରି ଅନେକ ଆଇଟମ୍‌ ବି ସ୍ଥାନ ପାଇଥିଲା ମେନ୍ୟୁରେ।

ଏ ସମ୍ପର୍କରେ ଭାଗ୍ୟବାନ  ଜ୍ୱାଇଁ ଡାକ୍ତର ଶୁଭ୍ରଜିତ୍ କହିଛନ୍ତି,  ପ୍ରଥମ ଥର ଶ୍ୱଶୁର ଘର ଆସିଥିବାରୁ ପ୍ରଥମେ ତାଙ୍କ ଗାଁ ବୁଲିବାକୁ ଗଲୁ। ଘରେ ପହଞ୍ଚିବା ପରେ ଖାଇବା ପାଇଁ ଡାକିଲେ। ହେଲେ ହଠାତ୍‌ ଏତେ ଆଇଟମ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ବହୁ ପରିଶ୍ରମ କରି ଏତେ ଆଇଟମ୍‌ କିପରି କଲେ, ତାହା ଭାବି ଚକିତ ହୋଇ ପଡ଼ିଲି।

https://www.facebook.com/OdishaReporter/videos/361512691501064/

 

Related story