ବଲାଙ୍ଗିର ମୁଖ୍ୟ ଯୋଗାଣ ଅଧିକାରୀ ମୀରରାଜ ଅଲ୍ଲିଙ୍କୁ ନେଇ ଗତ ୨୦ ଦିନ ହେବ ଚର୍ଚ୍ଚା। ଜଣେ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଯୌନ ନିଯ୍ୟାର୍ତନା ଅଭିଯୋଗରେ ସଂଗୀନ ଦଫାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ବି ଜାରୀ ରହିଛି। ମାମଲା ରୁଜୁ ହେବାର ଦଶ ଦିନ ପରେ ଅଫିସକୁ ଯାଇଥିଲା ପୋଲିସ। ହେଲେ ପାଇନଥିଲା। କିନ୍ତୁ ଗତକାଲି ବଲାଙ୍ଗିର ଜିଲ୍ଳାର କିଛି ବଛା ବଛା ମିଲର୍ସଙ୍କ ସହିତ ଜଣେ ମିଲର୍ସଙ୍କ ଆପାର୍ଟମେଣ୍ଟ ଭିତରେ ଚାଲିଥିଲା ବାବୁଙ୍କ ସେଟିଂ। ସିକ୍ରେଟ ଡିଲ ସମୟରେ ଜାଗା ଉପରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି। ଗୋଟିଏ ପରେ ଗୋଟିଏ ରୁମ ବନ୍ଦ ଥାଏ। ନକ କଲାରୁ ଖୋଲୁଥିଲେ ମିଲର୍ସ। ହେଲେ ସିକ୍ରେଟ ଚେମ୍ବରରେ କେବଳ ମିଲର୍ସ ଥିବା ବେଳେ ନଥିଲେ ମୁଖ୍ୟ ଯୋଗାଣ ଅଧିକାରୀ। ଖୋଜାଖୋଜି କଲା ପରେ ବାଥରୁମ ଭିତରେ ଆଉ ଜଣେ ମିଲର୍ସଙ୍କ ସହିତ ଲୁଚିିଥିଲେ ମୁଖ୍ୟ ଯୋଗାଣ ଅଧିକାରୀ ମୀରରାଜ ଅଲ୍ଲି।
https://youtu.be/6hmoAiKs-QA
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜଧାନୀରୁ ଧରା ହେଲା ୯୦୦ କୋଟି ଟଙ୍କାର କୋକେନ୍
ଦିଲ୍ଲୀରୁ କୋକେନ ଜବତ ହେବାର କିଛି ଘଣ୍ଟା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଗୁଜରାଟ ଏଟିଏସ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା।
National
୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ନେଇଗଲେ ୧୦ କୋଟି ଟଙ୍କା
ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର।
National
୨ ଘଣ୍ଟା ଅପେକ୍ଷା କଲେ, ଦିଲ୍ଲୀରୁ ବିମାନ ଆସିବା ପରେ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି ଆଜି ଅପରାହ୍ନର ବିମାନରେ ବସିଥିବା ବେଳେ ଏହା ଦେଓଘର ଏୟାରପୋର୍ଟରୁ ଉଡ଼ାଣ ଭରିବାର ଥିଲା। କିନ୍ତୁ ହଠାତ୍ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା।
Crime
ସମାନ ସମୟରେ ମାଂସ ପାଇଁ ଯାଇଥିଲେ, କିନ୍ତୁ ଦୋକାନ ପାଖରେ ଜଣେ ଆଉ ଜଣଙ୍କୁ ହତ୍ୟା କଲେ
ମୀରଟର ୩୫ ବର୍ଷୀୟ ଶାହଜାଦଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି। ଶାହଜାଦ ଓ ଆଉ ଜଣେ ବ୍ୟକ୍ତି ଗୁରୁବାର ମଧ୍ୟାହ୍ନରେ ମାଂସ ଦୋକାନର ମାଲିକ ଗୁଲଜାରଙ୍କ ପାଖରେ ପହଞ୍ଚିଥିଲେ।
Politics
ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।