ବୟସ ୧୪ ବର୍ଷ। ସଂସାର କଣ ଜାଣି ନାହାନ୍ତି। ଜୀବନ ଜିଇଁବା କେମିତି ଶିଖି ନାହାନ୍ତି। ହେଲେ ସବୁ ଭାର ଏବେ ତାଙ୍କ ଉପରେ। ତିନି ବର୍ଷ ପୂର୍ବରୁ ବାପା ମା’ ଛାଡ଼ି ଆରପାରିକୁ ଚାଲିଗଲେ। ଏବେ ଛୋଟ ଛୋଟ ୩ ଭଉଣୀ ଓ ଚାରି ବର୍ଷର କୁନି ଭାଇର ଭାର ବଡ଼ ଝିଅ ଦ୍ରୌପଦୀଙ୍କ ଉପରେ। ଏ ହେଉଛି କେନ୍ଦୁଝର ବାଂଶପାଳ ବ୍ଲକ୍ ଇରିଡ଼ାର ୧୪ ବର୍ଷର ଦ୍ରୌପଦୀଙ୍କ ସଂଘର୍ଷର କାହାଣୀ। ତିନି ବର୍ଷ ପୂର୍ବରୁ ବାପା ମହାଜନ ଦେହୁରୀ ଓ ମା’ ଗୁଲି ଦେହୁରୀ ଅସୁସ୍ଥ ହୋଇ ଆରପାରିକୁ ଚାଲିଗଲେ। ଅନାଥ ହୋଇଗଲେ ପିଲାମାନେ। ଭାଇ ଭଉଣୀ ହୋଇ ୫ ଜଣ। ଏପରି ସ୍ଥିତିରେ ଏମାନଙ୍କୁ ଗାଁର ସମ୍ପର୍କୀୟ ଅଜା ଗୋପାଳ ଦେହୁରୀ ଓ ତାଙ୍କ ପତ୍ନୀ ଆପଣେଇ ଥିଲେ।
https://youtu.be/WgtNuwdMpRE