ଯାଜପୁର ଜିଲ୍ଲା ରସୁଲପୁର ଭିକିପୁର ଗାଁର ରାମଚନ୍ଦ୍ର ମାଝୀ । ବୟସ ୭୬ ବର୍ଷ । ଦିନେ ନୁହେଁ କି ଦୁଇ ଦିନ, ମାସେ ନୁହେଁ କି ଦୁଇ ମାସ, ଦୀର୍ଘ ୪୨ ବର୍ଷ ହେବ ସେ ଭାତ ଖାଇ ନାହାନ୍ତି। ମଜୁରୀ କରି ପରିବାର ପୋଷୁଥିବା ରାମଚନ୍ଦ୍ର ମାଝୀଙ୍କର ୪୨ ବର୍ଷ ତଳେ ପତ୍ନୀ ସୀତାଙ୍କ ସହ ଝଗଡ଼ା ହୋଇଥିଲା। ସୀତାଙ୍କୁ ଜ୍ୱର ହୋଇଥିବାରୁ ସେ ଠିକ୍ ସମୟରେ ଭାତ ଗଣ୍ଡେ ଖାଇବାକୁ ଦେଇ ପାରି ନ ଥିଲେ। ସେହିଦିନଠାରୁ ସ୍ତ୍ରୀଙ୍କ ଉପରେ ରାଗି ଭାତ ଛାଡିଦେଲେ ରାମଚନ୍ଦ୍ର। ଚା, ମୁଢି, ଚୁଡ଼ା, ରୁଟି ଓ ଆମିଷ ସବୁ କିଛି ଖାଉଛନ୍ତି, କିନ୍ତୁ ଭାତ ଖାଉନାହାନ୍ତି।
https://www.youtube.com/watch?v=d5ExOT_oZ2c