ଶ୍ମଶାନରେ ଶୋଇଛି ମାଆ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗାଁରୁ ୨ କିମି ଦୂର। ନଦୀ କୂଳରେ ରହିଛି ଗାଁର ଶ୍ମଶାନ। ରାତି ୧୨ଟା ଆମ ସୋନପୁର ପ୍ରତିନିଧି ରବିନ୍ଦ୍ର ହୋତା ତାଙ୍କ ଟିମ୍ ଆଉ କିଛି ଗାଁ ଲୋକ ପହଞ୍ଚିଥିଲେ ଶ୍ମଶାନରେ। କାଦୁଅ ପଚପଚ ରାସ୍ତା। ଆଉ କିଟିକିଟି ଅନ୍ଧାର। ଲାଇଟ ମାରି ଦେଖିଲା ବେଳକୁ ବଲବଲ କରୁ ଚାହୁଁଛନ୍ତି ମହଦା ଗାଁର ବୃଦ୍ଧା ଚଞ୍ଚଳା ସାହୁ। ଆଉ କହୁଛନ୍ତି ମୁଁ ବଞ୍ଚିବାକୁ ଚାହୁଁଛି, ମୁଁ ଭଲ ହେଇ ଘରକୁ ଯିବାକୁ ଚାହୁଁଛି।