ପକ୍ଷୀ ରାବରେ ଫାଟି ପଡ଼ୁଛି ନିଳାମ୍ୱୁ ଚିଲିକା
- Published: Sunday, 28 October 2018
- , Updated: 28 October 2018, 10:06 PM IST
<p>ଖୋର୍ଦ୍ଧା (ବଳରାମ ଲେଙ୍କା): ବିଦେଶୀ ପକ୍ଷୀଙ୍କ ଆଗମନରେ ମୁଖରିତ ହେଲାଣି ମରାଳ ମାଳିନୀ ନିଳାମ୍ୱୁ ଚିଲିକା। ଶୀତ ଋତୁ ଆରମ୍ଭରୁ ହ୍ରଦର ମଙ୍ଗଳାଯୋଡ଼ି ଓ ନଳବଣରେ ପହଞ୍ଚି ସାରିଲେଣି ପ୍ରାୟ ୫୦ ପ୍ରଜାତିର ବିଦେଶୀ ବିହଙ୍ଗ। ସାଇବେରିଆ, ମଙ୍ଗୋଲିଆ ଭଳି ଦୂର ସ୍ଥାନରୁ ହଜାର ହଜାର ମାଇଲ ଅତିକ୍ରମ କରି ପକ୍ଷୀ ଚିଲିକାରେ ପହଞ୍ଚୁଛନ୍ତି। ଶୀତ ବଢୁଥିବା ବେଳେ ପ୍ରତିଦିନ ପକ୍ଷୀଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି।</p>
<p>ସେପଟେ ପକ୍ଷୀଙ୍କ ଉପରେ ନଜର ରଖିବାକୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୨ଟି ବେସ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ବନ କର୍ମଚାରୀ ଓ ସ୍ଥାନୀୟ ଯୁବକଙ୍କୁ ପକ୍ଷୀଙ୍କୁ ସୁରକ୍ଷା ଦେବା କାମରେ ନିୟୋଜିତ କରାଯାଇଛି।</p>
<p>ବିଦେଶୀ ପକ୍ଷୀଙ୍କ ଆଗମନ ଯୋଗୁ ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଲାଣି। ଏବେ ଡଙ୍ଗାରେ ବୁଲି ପକ୍ଷୀଙ୍କୁ ନିକଟରୁ ଦେଖିବାର ମଜା ନେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ।</p>