ପୁଣି ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ, ଏଥର ୫ଦିନ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଆଜିଠୁ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏହି ସମୟରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କୁ ରାୟପୁର ନେଇ ସେ ସେଠାରେ କେମିତି କରିଥିଲେ ଷଡ଼ଯନ୍ତ୍ର ତା’ର ଏକ ଡେମୋ ପ୍ରସ୍ତୁତ କରିବାର ଯୋଜନା ରଖିଛି।  ପୁଞ୍ଜିଲାଲଙ୍କ ଦ୍ୱିତୀୟ ଥର ଲାଗି ୮ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା  କ୍ରାଇମବ୍ରାଞ୍ଚ। ହେଲେ ପାଟଣାଗଡ଼ କୋର୍ଟ ୫ଦିନ ପାଇଁ ଅନୁମତି ଦେଇଛନ୍ତି।

ପ୍ରଥମ  ପର୍ଯ୍ୟାୟରେ ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି।  ରାୟପୁରରେ ପୁଞ୍ଜିଲାଲ ଯେଉଁ ଅଟୋ ଚାଳକ ସହାୟତାରେ ପାର୍ସଲ ବୁକିଂ କରିଥିଲା ତା’ର ଠିକଣା ଖୋଜୁଛି।

Previous ArticleNext Article

Send this to a friend