ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଗସ୍ତର ଫୋକସରେ ରହିଛି ପଞ୍ଚାୟତ ପ୍ରମୁଖଙ୍କ ସହ ଭେଟଘାଟ। କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୨୧ଟି ବିଧାନସଭା କ୍ଷେତ୍ରର ପଞ୍ଚାୟତ ପ୍ରମୁଖମାନଙ୍କୁ ଭେଟିବେ ଶାହା।
କେନ୍ଦ୍ର ଯୋଜନା ତୃଣମୁଳ ସ୍ତରରେ କେତେ ପହଁଞ୍ଚିଛି ଓ କେଉଁଠି ଅସୁବିଧା ରହୁଛି ପଞ୍ଚାୟତ ପ୍ରମୁଖଙ୍କଠାରୁ ତାର ହିସାବ ନେବେ ଶାହା। ଏହାଛଡ଼ା ୬ ମାସ ତଳେ ଦେଇଥିବା ହୋମଓ୍ୱାର୍କର ହିସାବ ମଧ୍ୟ ନେଇପାରନ୍ତି। ପ୍ରଥମେ କୋର ଟିମ, ରାଜ୍ୟ ପଦାଧିକାରୀ ଓ ବିସ୍ତାରକଙ୍କ ପାଖରୁ ସଂଗଠନ ବାବଦରେ ହିସାବ ନେବେ ଅମିତ ଶାହା। ପରେ ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗକୁ ନେଇ କିଭଳି ଢଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ତାର ହିସାବ ନେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।