ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାର ଉପାଧ୍ୟକ୍ଷ ହୋଇପାରନ୍ତି। ଉପାଧ୍ୟକ୍ଷ ପଦକୁ ନେଇ ତାଙ୍କ ନାଁ ଚର୍ଚ୍ଚାରେ ରହିଛି।

ଚଳିତ ମାସରେ ବର୍ତ୍ତମାନର ଉପାଧ୍ୟକ୍ଷଙ୍କ ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସରୁଛି। ତେଣୁ ଆସନ୍ତା ମୌସୁମୀ ଅଧିବେଶନରେ ନୂଆ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଛି।

ତେବେ ପ୍ରସନ୍ନ କହିଛନ୍ତି,“ମୋ ଦୃଷ୍ଟିକୁ ଏଯାବତ୍ ଏମିତି କିଛି ଆସିନି। ଏସବୁ ନୀତିଗତ ନିଷ୍ପତ୍ତି ଦଳ ଓ ଦଳର ନେତା ନେବେ। ଏଯାବତ ଆମ ନୀତି ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ରହିଛି।”

ଶୁଣନ୍ତୁ ପ୍ରସନ୍ନ କ’ଣ କହୁଛନ୍ତି-

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।