ଗୋବର ମାଡ଼ ଘଟଣାକୁ ଧର୍ମେନ୍ଦ୍ରଙ୍କ ନା, ସମୀରଙ୍କ ହଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦାକୁ ଆସିଲା ବିଜେପିର ଦୋମୁହାଁ ଉଦ୍ଦେଶ୍ୟ। ଜଣେ ହଁ ଆଉ ଜଣେ ନାଁ। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କ ସରକାରୀ ବାସଭବନକୁ ହୋଇଥିବା ଗୋବର ମାଡ଼ ପ୍ରସଙ୍ଗରେ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଗତ ୧୦ ତାରିଖରେ ହୋଇଥିବା ଏହି ଗୋବର ମାଡ଼ ବିଜେପି କର୍ମୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ହୋଇଥିଲା। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ଗୋବର […]

BJP IMAGE

BJP IMAGE

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 08:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦାକୁ ଆସିଲା ବିଜେପିର ଦୋମୁହାଁ ଉଦ୍ଦେଶ୍ୟ। ଜଣେ ହଁ ଆଉ ଜଣେ ନାଁ। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କ ସରକାରୀ ବାସଭବନକୁ ହୋଇଥିବା ଗୋବର ମାଡ଼ ପ୍ରସଙ୍ଗରେ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଗତ ୧୦ ତାରିଖରେ ହୋଇଥିବା ଏହି ଗୋବର ମାଡ଼ ବିଜେପି କର୍ମୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ହୋଇଥିଲା। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ଗୋବର ଆକ୍ରମଣକୁ ନେଇ କହିଛନ୍ତି- ଏହା ଏକ ଗଣତାନ୍ତ୍ରିକ ପ୍ରତିବାଦ। କିନ୍ତୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନିନ୍ଦନୀୟ ଘଟଣା ବୋଲି କହିଥିଲେ।

ସମୀର ମହାନ୍ତି କହିଥିଲେ ଯେ- ସୁପର ସିଏମ୍ ପାଣ୍ଡିଆନ୍ ଓଡ଼ିଶାକୁ ନଷ୍ଟ କରିଦେଲେଣି। ସରକାରୀ ଚାକିରିଆ ହୋଇ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଛନ୍ତି। ପାଣ୍ଡିଆନଙ୍କ ପାଇଁ ଓଡ଼ିଶାର ମା’ ଭଉଣୀଙ୍କ ଇଜ୍ଜତ ଯାଉଛି। ପାଣ୍ଡିଆନ ସୁଧରି ଯାଆନ୍ତୁ। ନ ସୁଧୁରିଲେ ପ୍ରତିବାଦ ବଢ଼ିବ। ଅନ୍ୟପଟେ ଧର୍ମେନ୍ଦ୍ର କହିଥିଲେ ଯେ- କୌଣସି ହିଂସାକୁ ରାଜନୈତିକ ଯଥାର୍ଥତାର ରୂପ ଦିଆଯାଇ ପାରିବ ନାହିଁ। ମୋ ଦଳର ଲୋକ କରିଥିଲେ ବି, ଏହା ଉଚିତ ନୁହେଁ ଏବଂ ଏହା ନିନ୍ଦନୀୟ। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ହେଉ। ୨୦୧୭ରେ ଏମିତି ୩ଟି ଘଟଣା ଘଟିଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ୍ ଥିଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ହେଲେ ଦଳ ପକ୍ଷରୁ ଅଦ୍ୟାବଧି ଏନେଇ ବିଧିବଦ୍ଧ ଭାବେ କୌଣସି ନିନ୍ଦା ପ୍ରକାଶ କରାଯାଇ ନାହିଁ କିମ୍ବା ଦୁଃଖ ପ୍ରକାଶ କରାଯାଇ ନାହିଁ। ବରଂ ଦଳୀୟ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କଲେ ଗୋବର ମାଡ଼କୁ ଖୋଲାଖୋଲି ସମର୍ଥନ କରାଯାଉଥିବା ସ୍ପଷ୍ଟ ସଙ୍କେତ ମିଳୁଛି।

https://youtu.be/XBTohAhk18g

କାରଣ ବାଲେଶ୍ୱର ତାଳସରି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚକୁ ଅଣ୍ଡାମାଡ଼ କରିଥିବା ରାଜେଶ୍ୱରୀ କାମିଲା ମେଡ଼ିକାଲରୁ ଡିସ୍‌ଚାର୍ଜ ହେବା ପରେ ଗତକାଲି ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ, ଆଗକୁ ଆଉ ଅଣ୍ଡା ମାଡ଼ କରିବିନି। ଗୋବର ପାଣି ଛିଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଦ୍ଧ ବା ପବିତ୍ର କରିବି। ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ, ସେଠି ଗୋବର ପାଣି ପକାଇ ଝାଡ଼ୁ ମାରିବି। ଗୋବର ମାଡ଼କୁ କେମିତି ପ୍ରୋତ୍ସାହିତ କରାଯାଉଛି ତାହା ଏହି ଦଳୀୟ କାର୍ଯ୍ୟକ୍ରମରୁ ହିଁ ପ୍ରମାଣିତ ହୋଇଯାଉଛି।

https://youtu.be/AhbXju98Zmo

ତେବେ ପାଣ୍ଡିଆନଙ୍କ କ୍ଷେତ୍ରରେ  ଘଟଣାଦିନ ନିର୍ଦ୍ଦିଷ୍ଟ ଏକ ସରକାରୀ ଦଳ ପାଇଁ ପାଣ୍ଡିଆନ୍ କାମ କରୁଥିବା ଅଭିଯୋଗ ଆଣି ବିଜେପି କର୍ମୀ ପ୍ରତିବାଦ କରି ତାଙ୍କ ସରକାରୀ କ୍ୱାର୍ଟର୍ସ ଭିତରେ ପଶି ଫୁଲକୁଣ୍ଡ ଓ ବାଇକ୍ ଭାଙ୍ଗିବା ସହ ଫାଟକକୁ ଗୋବର ମାଡ଼ କରିଥିଲେ। ଏକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ରହିଛି। ହେଲେ ଏହି ବିରୋଧ କିଭଳି ହେବା ଦରକାର ତାହା ନିଜର ବୁଦ୍ଧି ବିବେକ କିମ୍ବା ଦଳୀୟ ବିଚାରଧାରା ଉପରେ ନିର୍ଭର କରୁଛି। କିନ୍ତୁ ଗୋଟିଏ ଦଳରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହା ସେମାନଙ୍କର ନିଜସ୍ୱ ମତ ନାଁ ବିଜେପୁରକୁ ନେଇ ରାଜନୈତିକ ଫାଇଦା ପାଇଁ କେଉଁଠି ହଁ ଆଉ କେଉଁଠି ନା କହିବାକୁ ଦଳୀୟ ନିର୍ଦ୍ଦେଶ ଦିଆଯାଇଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story