ଚେଇଁ ଶୋଇଛି ପ୍ରଶାସନ, ଇମ୍ଫା ଅଚଳାବସ୍ଥା ଦୂର ପାଇଁ ଆନ୍ତରିକତା ନାହିଁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସର୍ବପୁରାତନ ଘରୋଇ ଶିଳ୍ପାନୁଷ୍ଠାନ ଥେରୁବାଲି ଇମ୍ଫାରେ ଅଚଳାବସ୍ଥା ଦୂର ଲାଗି ପ୍ରଶାସନର ତତ୍ପରତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଚି। ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ୧୫ ଦିନ ହେଲା କାରଖାନା ବନ୍ଦ ରହିଛି। ହେଲେ ପ୍ରଶାସନ ଚେଇଁ ଶୋଇଥିବା ଭଳି ସମସ୍ୟାର ସମାଧାନ ଲାଗି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉନାହିଁ। ୩୦ ତାରିଖରେ ଆଲୋଚନା ପରଠୁ ପ୍ରଶାସନିକ ଅଧିକାରୀ ଆଉ ଧରାଛୁଆଁ ଦେଉନାହାନ୍ତି।
ଏପ୍ରିଲ ୨୩ରୁ ମେ ୭ ଥେରୁବାଲି ଇମ୍ଫା ପ୍ଲାଣ୍ଟ ଆଗରେ ଚାଲିଛି ଆନ୍ଦୋଳନ। ପାଖାପାଖି ୧୫ ଦିନ ବିତିଲାଣି, ଦିନକୁ ଦିନ ଧାରଣାସ୍ଥଳରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବି କମୁଛି। ହେଲେ ପ୍ଲାଣ୍ଟରେ ଅଚଳାବସ୍ଥା ଦୂର ହେଉନି। ଏବେ ବି ପ୍ଲାଣ୍ଟ ପରିସରରେ ଅସୁବିଧାରେ ଅଛନ୍ତି କର୍ମଚାରୀ ଓ ସେମାନଙ୍କ ପରିବାର। ଲାଗୁଛି ଯେମିତି, ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର କାହାରି ବି ଏତେ ବଡ଼ ଶିଳ୍ପସଂସ୍ଥାକୁ ପୁନଃ କାର୍ଯ୍ୟକ୍ଷମ ଦିଗରେ ଆନ୍ତରିକତା ନାହିଁ। ଏମିତିକି ଖୋଦ୍ ଆନ୍ଦୋଳନକାରୀ ବି ପ୍ରଶାସନର ବୈମାତୃକ ମନୋଭାବ ବିରୋଧରେ ବିଷୋଦଗାର କଲେଣି।
ଶେଷ ଥର ଲାଗି ଗତ ୩୦ ତାରିଖରେ ଜିଲ୍ଲା ପ୍ରଶାସନ, ଇମ୍ଫା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ହୋଇଥିଲା। ହେଲେ ଏହି ବୈଠକ ବିଫଳ ହେବା ପରଠାରୁ ନିଦା ବିଷ୍ଣୁ ହୋଇ ବସିଯାଇଛି ପ୍ରଶାସନ।
ସେପଟେ ଇମ୍ଫାରେ ଅଚଳାବସ୍ଥା ପ୍ରସଙ୍ଗରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଟ୍ୱିଟ୍ ଜରିଆରେ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ସେ ପ୍ରଭାବିତ କରି ଇମ୍ଫାରେ ଅଚଳାବସ୍ଥା ଦୂର କରନ୍ତୁ ବୋଲି ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର। ଏହାସହ ସେ ଲେଖିଛନ୍ତି, ଅଚଳାବସ୍ଥା ଯୋଗୁଁ ପ୍ଲାଣ୍ଟ ବନ୍ଦ ହୋଇଥିବାରୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି।
ଅନ୍ୟପକ୍ଷରେ ଏତେ ଦିନ ଧରି ରାଜ୍ୟର ଏକ ବୃହତ୍ ଶିଳ୍ପ ସଂସ୍ଥା ବନ୍ଦ ରହିବା ଓ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ନହେବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଶିଳ୍ପ ଜଗତ।
Ordigital Desk
• Published: Monday, 07 May 2018
• Updated: 07 May 2018, 09:01 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos