ଭୁବନେଶ୍ୱର: ରାଜ୍ୟର ମତ୍ସ୍ୟଜୀବୀଙ୍କୁ ରିହାତିରେ ଡିଜେଲ ମିଳିବ। ଏହାଛଡା ଟ୍ରଲର ଚଳାଇବା ପାଇଁ ଆବଶ୍ୟକ ହେଉଥିବା ଡିଜେଲ ଲିଟର ପିଛା ୫୦ ପଇସା ରିହାତି ଦିଆଯିବ। ଆଜି ଏ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଫିସ୍ଫେଡ୍ ଓ ଆଇଓସିଏଲ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି।
୧୩ଟି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡିଜେଲ ବିକ୍ରି ପାଇଁ ଡିପୋ ଖୋଲାଯିବାକୁ ସ୍ଥିର ହୋଇଛି। ଡିପୋ ଗୁଡ଼ିକ ହେଲା ଚନ୍ଦ୍ରଭାଗା, ଅସ୍ତରଙ୍ଗ, ବାଲୁଗାଁ, ବାହାବଳପୁର, ଖରିନାସି, ଚୂଡ଼ାମଣି, ପଲୁର, ଭୂଷଣ୍ଡପୁର, ସୋନପୁର, ନଥରି, ସୋରଣ, ପଞ୍ଚୁବିସା ଓ ତଳଚୁଆ। ଏହା ଦ୍ୱାରା ୭୦,୦୦୦ ମତ୍ସ୍ୟଜୀବୀ ଉପକୃତ ହୋଇପାରିବେ।
କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି,“ଆଗରୁ ମତ୍ସ୍ୟଜୀବୀମାନେ ଚୋରାରେ ତେଲ କିଣି ଟ୍ରଲର ଚଳାଉ ଥିଲେ। ବର୍ତ୍ତମାନ ସେ ସମୟ ଦୂର ହୋଇଛି। ମତ୍ସ୍ୟଜୀବୀଙ୍କୁ ରିହାତିରେ ଡିଜେଲ ଯୋଗାଇବା ପାଇଁ ଆଓସିଏଲ୍ ଓ ଫିସଫେଡ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।