‘ରାଷ୍ଟ୍ରପତି ଦମ୍ପତିଙ୍କୁ ଶ୍ରୀ ମନ୍ଦିରରେ କୌଣସି ଅସମ୍ମାନ କରାଯାଇନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ଦମ୍ପତିଙ୍କ ପୁରୀ ଗସ୍ତ ବେଳେ ଅସମ୍ମାନ ପ୍ରଦର୍ଶନ ନେଇ ରାଷ୍ଟ୍ରପତି ଭବନରୁ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇ ନଥିଲା। ଏ ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ ଅଶୋକ ମଲିକ। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ସୂଚନା ଦେଇ ଅଶୋକ ମଲିକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ନେଇ ରାଷ୍ଟ୍ରପତିଙ୍କ ପକ୍ଷରୁ ଚିଠି ଜାରି […]

ashok-malik 23

ashok-malik 23

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 02:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ଦମ୍ପତିଙ୍କ ପୁରୀ ଗସ୍ତ ବେଳେ ଅସମ୍ମାନ ପ୍ରଦର୍ଶନ ନେଇ ରାଷ୍ଟ୍ରପତି ଭବନରୁ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇ ନଥିଲା। ଏ ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ ଅଶୋକ ମଲିକ। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ସୂଚନା ଦେଇ ଅଶୋକ ମଲିକ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ନେଇ ରାଷ୍ଟ୍ରପତିଙ୍କ ପକ୍ଷରୁ ଚିଠି ଜାରି କରାଯାଇ ନାହିଁ। ଏନେଇ ପ୍ରକାଶ ପାଇଥିବା ସମସ୍ତ ଖବର ଅମୂଳକ। ଯଦି କେହି ଏପରି ଦାବି କରୁଛନ୍ତି, ତେବେ ସେମାନେ ତାହାର ପ୍ରମାଣ ଉପସ୍ଥାପନ କରନ୍ତୁ। ରାଷ୍ଟ୍ରପତି ଦମ୍ପତି ଶ୍ରୀମନ୍ଦିର ଦର୍ଶନ ବେଳେ କିଛି ଭକ୍ତ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ସେମାନଙ୍କ ନିକଟତର ହୋଇଥିଲେ। ତେବେ ସେହି ପ୍ରସଙ୍ଗ ସେହିଠାରେ ହିଁ ସମାପ୍ତ ହୋଇଥିଲା।”

ଅନ୍ୟପକ୍ଷରେ ଏହି ବିବାଦ ସମ୍ପର୍କରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ,“ ‘ମୋ ଜାଣିବାରେ ସେମିତି କିଛି ଘଟଣା ଘଟି ନ ଥିଲା। ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଏମିତି ଲିଖିତ ଅଭିଯୋଗର ପ୍ରଶ୍ନ ଉଠୁ ନାହିଁ। ହେଲେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ବିବାଦ ସୃଷ୍ଟି କଲା ମୁଖ୍ୟମନ୍ତ୍ରୀ ତାର ସ୍ପଷ୍ଟୀକରଣ ରଖନ୍ତୁ।”

ଦୁଇ ଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ମୁଖ୍ୟ ଶାସକ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ କହିଥିଲେ ଯେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ନେଇ ରାଷ୍ଟ୍ରପତି ଭବନର କୌଣସି ଚିଠି ଆସି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story