ଭଡ଼ା ଦେଇପାରିଲେନି ବୋଲି ରାତି ଅଧରେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ଅଧରେ ବୃଦ୍ଧାଙ୍କୁ ବାହାର କରି ତାଲା ପକାଇଦେଲେ ଘର ମାଲିକ। ଉପାୟ ଶୂନ୍ୟ ହୋଇ ରାସ୍ତା ଉପରେ ହ୍ୱିଲ ଚେୟାରରେ ବସିଛନ୍ତି ବୃଦ୍ଧା। ପାଖରେ ପଡ଼ିଛି ଘରର ଆସବାବପତ୍ର। ଘର ଭଡ଼ା ଦେଇ ନପାରିବାରୁ ବୃଦ୍ଧାଙ୍କୁ ଏପରି ଦଶା ଭୋଗିବାକୁ ପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ସହରର ମାରବାଡିପଟିରେ। ବୃଦ୍ଧା ସାବିତ୍ରୀ ଦେବୀ। ସେ ଦୀର୍ଘ ୫୦ ବର୍ଷ ଧରି ମାରବାଡିପଟି ଗାଁରେ ଘର ଭଡ଼ା ନେଇ ରହୁଥିଲେ। […]

old women is sitting on road

old women is sitting on road

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 07:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ଅଧରେ ବୃଦ୍ଧାଙ୍କୁ ବାହାର କରି ତାଲା ପକାଇଦେଲେ ଘର ମାଲିକ। ଉପାୟ ଶୂନ୍ୟ ହୋଇ ରାସ୍ତା ଉପରେ ହ୍ୱିଲ ଚେୟାରରେ ବସିଛନ୍ତି ବୃଦ୍ଧା। ପାଖରେ ପଡ଼ିଛି ଘରର ଆସବାବପତ୍ର। ଘର ଭଡ଼ା ଦେଇ ନପାରିବାରୁ ବୃଦ୍ଧାଙ୍କୁ ଏପରି ଦଶା ଭୋଗିବାକୁ ପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ସହରର ମାରବାଡିପଟିରେ।

ବୃଦ୍ଧା ସାବିତ୍ରୀ ଦେବୀ। ସେ ଦୀର୍ଘ ୫୦ ବର୍ଷ ଧରି ମାରବାଡିପଟି ଗାଁରେ ଘର ଭଡ଼ା ନେଇ ରହୁଥିଲେ। ୫ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ପୁଅ ସହ ରହୁଛନ୍ତି। ଆର୍ଥିକ ଅବସ୍ଥା ଶୋଚନୀୟ ଯୋଗୁ ଘର ଭଡା ଦେଇ ପାରୁନାହାନ୍ତି। ଫଳରେ ରାତି ଅଧରେ ଘରୁ ବାହାର କରି ତାଲା ପକାଇଦେଲେ ମାଲିକ।

ରାସ୍ତା ଉପରେ ବୃଦ୍ଧାଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଖବରପାଇ ଟାଉନଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ଉତ୍ତ୍ୟକ୍ତ ଲୋକେ ଘରର କବାଟ ଭାଙ୍ଗି ବୃଦ୍ଧାଙ୍କୁ ସେହି ଘର ଭିତରେ ରଖିଥିଲେ। ଏପଟେ ଘର ମାଲିକଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍‌ପି ଦୀପ୍ତିରଞ୍ଜନ ରାୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story