ଯୁବକଙ୍କ ପାଗଳାମି: ବାର୍‌ହା ମାଂସ କହି ଖୁଆଇଲା କୁକୁର ମାଂସ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ବାଘମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗାଁରେ ଏକ ସମ୍ୱେଦନଶୀଳ ଘଟଣା ଘଟିଛି। ଗାଁର ଜଣେ ଯୁବକ କୁକୁର ମାଂସ କାଟି ବାର୍‌ହା ମାଂସ କହି ଚଢ଼ା ଦରରେ ବିକ୍ରି କରିଥିଲା। ଏହି ମାଂସକୁ ଗାଁର କିଛି ଲୋକ କିଣିବା ସହ ଖାଇଥିଲେ ମଧ୍ୟ। ହେଲେ ଗାଁର ଅନେକ ମହିଳା କୁକୁର ମାଂସ କାଟୁଥିବା ଦେଖିଥିଲେ। ପରେ ଘଟଣାଟି ପ୍ରଘଟ ହୋଇଥିଲା।

ଏହାପରେ ମାଂସ ବିକ୍ରି କରିଥିବା ଯୁବକଙ୍କୁ ଡାକି ନିସ୍ତୁକ ମାଡ଼ ମାରିଥିଲେ ଲୋକେ। ଏପରିକି କୁକୁର ମୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏବେ କୁକୁର ମାଂସ ଖାଇଥିବା ଲୋକେ ରୋଗରେ ପଡ଼ିବା ଆଶଙ୍କାରେ ଭୟଭୀତ ହୋପଡ଼ିଛନ୍ତି ।

Previous ArticleNext Article

Send this to a friend