ସୋର (ଶଶୀକାନ୍ତ ବେହେରା): କାନ୍ଦୁଛି କୁନିଝିଅ। ଅସୁରକ୍ଷିତ ହୋଇପଡ଼ିଛି ଆମ ଘରର ଲକ୍ଷ୍ମୀ। ଘରେ, ବାହାରେ ଓ ସବୁଠି ତା’ ପାଇଁ ଜଗି ବସିଛି ବିପଦ। ଆଜି କେଉଁଠି ବି ସୁରକ୍ଷିତ ନୁହେଁ ନାବାଳିକା। ଯେଉଁ ବୟସରେ ସେମାନେ ଖେଳି ବୁଲି ସଂସାରକୁ ଉପଭୋଗ କରିବା କଥା, ସେହି ସମୟରେ ତା’ ଉପରେ ପଡୁଛି ଲୋଲୁପ ନଜର। ଜଣେ ୭୫ ବର୍ଷର ବୃଦ୍ଧ ୬ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି।
ଚକୋଲେଟ୍ ଓ ପଇସା ବାହାନାରେ ୭୫ ବର୍ଷର ବୃଦ୍ଧ ନାବାଳିକାଙ୍କୁ ଡ଼ାକିଥିଲେ। ନାବାଳିକା ଜଣକ କିନ୍ତୁ ଜାଣିପାରିନଥିଲା ବୃଦ୍ଧଙ୍କ କାର୍ସାଦି। ଅତି ସହଜରେ ରାକ୍ଷସଙ୍କ ଫାସରେ ପଡ଼ିଯାଇଥିଲା। ପରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇ ବୟାନ ରେକର୍ଡ଼ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।