ଟ୍ରକ୍‌ ଚୋରି ପାଇଁ ଆସିଥିଲେ: ଧରାପଡ଼ିଲେ, ଛେଚା ଖାଇଲେ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଚୋରି ଉଦ୍ୟମ ବେଳେ ଚୋରକୁ ନିର୍ଦ୍ଧୁମ ପିଟିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରୁ ଟ୍ରକ୍ ଚୋରି ଉଦ୍ୟମ ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ।  ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକର ଡୋର ଖୋଲିବା ପାଇଁ ଚେଷ୍ଟା କରିଥିଲେ।   ତେବେ ଡୋର ବନ୍ଦ ଥିବାରୁ ଯୁବକ ଜଣଙ୍କ ଉପର ବାଟ ଦେଇ ଟ୍ରକ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।  ଏହି ସମୟରେ ଟ୍ରକ ମାଲିକ ତାକୁ ଦେଖିପକାଇଥିଲେ।   ଏହାପରେ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିଥିଲ॥  ଏହାଦେଖି ନିକଟରେ ଥିବା କିଛି ଲୋକ ଯୁବକଙ୍କୁ କାବୁ କରିଥିଲେ।  ପରେ ନିସ୍ତୁକ ଛେଚିବା ପରେ ପୋଲିସରେ ଜିମା ଦେଇଥିଲେ।  ସେପଟେ ଧରାପଡିବା ପରେ ଟ୍ରକ ଭିତରକୁ ବୋତଲ ଆଣିବା ପାଇଁ ଯାଇଥିବା ଯୁବକ ଜଣଙ୍କ କହିଛନ୍ତି।

Previous ArticleNext Article

Send this to a friend