ଭୁବନେଶ୍ୱର: ରାଜଧାନୀକୁ ପୁଣି ଲେଉଟିଲା ସ୍ୱାଇନ୍ ଫ୍ଲୁ। ଗତ ଦୁଇ ଦିନ ଭିତରେ ଭୁବନେଶ୍ୱରରେ ୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ଜଣାପଡ଼ିଛି। ଏମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଭାବେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ଗତକାଲି ୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀମାନଙ୍କ ମଧ୍ୟରେ କଳାହାଣ୍ଡିରୁ ଜଣେ, ଜଗତସିଂହପୁରରୁ ଜଣେ ଓ ଭୁବନେଶ୍ୱରରୁ ୨ଜଣ ରୋଗୀ ଅଛନ୍ତି। ତେବେ ଅନ୍ୟଜଣଙ୍କ ଠିକଣା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।