ଦାନା ଯୋଗାଡ଼ କରିବାକୁ ଯାଇ ନିଖୋଜ ହୋଇଥିଲା ପୁଅ: ୮ ବର୍ଷ ପରେ ମିଳିଲା ପତ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାନା ଯୋଗାଡ଼ କରିବାକୁ ଯାଇଥିଲେ ଉତ୍ତରପ୍ରଦେଶ। ହେଲେ ହୋଇଗଲେ ନିଖୋଜ। ଘରକୁ କେବେ ଫେରିବେ ବୋଲି କେବେ ଆଶା କରି ନଥିଲେ। ଏପରିକି ପରିବାର ଲୋକେ ତାଙ୍କ ଉପରୁ ଭରସା ଛାଡ଼ି ଦେଇଥିଲେ। ୮ ବର୍ଷ ପରେ ଏମିତି ଜଣେ ଯୁବକଙ୍କ ପତ୍ତା ମିଳିଛି। ହଜିଲା ପୁଅର ଠିକଣା ଦେବାରେ ମାଧ୍ୟମ ସାଜିଲା ଓଟିଭି। ଆମେ କହୁଛୁ ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗାଁର ମନୋହର ନାୟକଙ୍କ ପୁଅ ଧନପତ ବିଷୟରେ। ପରିବାର ଭରଣପୋଷଣ […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 11:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାନା ଯୋଗାଡ଼ କରିବାକୁ ଯାଇଥିଲେ ଉତ୍ତରପ୍ରଦେଶ। ହେଲେ ହୋଇଗଲେ ନିଖୋଜ। ଘରକୁ କେବେ ଫେରିବେ ବୋଲି କେବେ ଆଶା କରି ନଥିଲେ। ଏପରିକି ପରିବାର ଲୋକେ ତାଙ୍କ ଉପରୁ ଭରସା ଛାଡ଼ି ଦେଇଥିଲେ। ୮ ବର୍ଷ ପରେ ଏମିତି ଜଣେ ଯୁବକଙ୍କ ପତ୍ତା ମିଳିଛି। ହଜିଲା ପୁଅର ଠିକଣା ଦେବାରେ ମାଧ୍ୟମ ସାଜିଲା ଓଟିଭି। ଆମେ କହୁଛୁ ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗାଁର ମନୋହର ନାୟକଙ୍କ ପୁଅ ଧନପତ ବିଷୟରେ।

ପରିବାର ଭରଣପୋଷଣ କରିବା ପାଇଁ ଧନପତ ଉତ୍ତରପ୍ରଦେଶ ଯାଇଥିଲେ। ରାୟବରେଲିରେ ସେ ଏକ ସଂସ୍ଥାରେ କାମ କରୁଥିଲେ। ମାତ୍ର ସଂସ୍ଥାର ମାଲିକ ପଇସା ଦେବା ବଦଳରେ ମାଡ଼ ଦେଇଥିଲେ। ନିର୍ଯାତନ ଅସହ୍ୟ ହେବାରୁ କୌଶଳ କ୍ରମେ ଧନପତ ସେଠାରୁ ଖସି ପଳାଇ ଆସିଥିଲେ। ପାଖରେ ପଇସା ନଥିବାରୁ ଘରକୁ ଫେରିପାରୁ ନଥିଲେ। ଏପରିକି ତାଙ୍କ ତା’ ଭାଷା ବୁଝି ହେଉ ନଥିବାରୁ କେହି ସହାୟତାର ହାତ ବଢ଼ାଇ ନଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧନପତ ବାପା ଓ ଗାଁ ନାଁ ଛଡ଼ା ଅନ୍ୟ କିଛି କହିପାରୁ ନଥିଲା। ଦିନେ ସେ ଫୁଟ୍‌ପାତରେ ବୁଲୁଥିବା ବେଳେ ଲକ୍ଷ୍ନୌର ପାଓ୍ୱାର ହାଉସ୍ ନିକଟରେ ଥିବା ଶର୍ମାଜୀ ଭୋଜନାଳୟର ମାଲିକ ନିରଜ ଶର୍ମାଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ତାଙ୍କୁ ନିଜ ହୋଟେଲକୁ ନେଇ ଯାଇଥିଲେ। ଧନପତକୁ ଘରକୁ ପଠାଇବା ପାଇଁ ସେ ବହୁ ଚେଷ୍ଟା କରିଥିଲେ, ମାତ୍ର ତା’ ଭାଷା ବୁଝି ହେଉ ନଥିବାରୁ ଏହା ସମ୍ଭବ ହୋଇ ନଥିଲା।

ତିନିମାସ ହୋଟେଲରେ କାମ କରିବା ପରେ ସଂଯୋଗକ୍ରମେ ଜଣେ ଓଡ଼ିଆ ମନୋରଞ୍ଜନ ଧଳ ସେ ହୋଟେଲକୁ ଖାଇବାକୁ ଯାଇଥିଲେ। ଏହି ସମୟରେ ନିରଜ ତାଙ୍କ ହୋଟେଲରେ ରହୁଥିବା ଧନପତଙ୍କ ବିଷୟରେ ପଚାରିଥିଲେ। ପରେ ମନୋରଞ୍ଜନ ଓଡ଼ିଆରେ ଧନପତଙ୍କ ସହିତ କଥା ହୋଇଥିଲେ। ହେଲେ ଧନପତିଙ୍କ ପାଖରୁ ସମ୍ପୂର୍ଣ୍ଣ ତଥ୍ୟ ମିଳି ନଥିଲା। ସେ ଯେତିକି ତଥ୍ୟ ଦେଇଥିଲେ ତାକୁ ଆଧାର କରି ମନୋରଞ୍ଜନ ଓଟିଭି ସହ ଯୋଗାଯୋଗ କରିଥିଲେ। ଧନପତି କହିଥିବା ଗାଁ ନାଁକୁ ତାଙ୍କ ଫଟୋ ନେଇ ଓଟିଭି ପ୍ରତିନିଧି ଯାଇ ପଚରାଉଚରା କରିବା ପରେ ତାଙ୍କ ପରିବାରର ଠିକଣା ମିଳିଥିଲା। ପୁଅ ଜୀବିତ ଥିବା ଓ ଏତେ ବଡ଼ ହୋଇଯାଇଥିବା ଜାଣି ପରିବାରରେ ଖୁସି ଖେଳିଯାଇଥିଲା।

ଧନପତଙ୍କ ବାପା ମନୋହର ନାୟକ କହିଛନ୍ତି- “ପୁଅ କାମ କରିବାକୁ ଯାଇଥିଲା। ଆଉ ଘରକୁ ଫେରିଲା ନାହିଁ। ଭାବିଥିଲୁ ତାକୁ ଆଉ ପାଇବୁ ନାହିଁ। ଫଟୋ ଦେଖିବା ପରେ ଜାଣିପାରୁଛୁ ପୁଅ ଅଛି।”

ଧନପତଙ୍କ ମାମୁ ଖେଡୁ ନାୟକ କହିଛନ୍ତି- “ଧନପତି ଅଛି ବୋଲି ଆମେ ଆଶା ଛାଡ଼ି ଦେଇଥିଲୁ। ଫଟୋ ଦେଖିବା ପରେ ଜାଣିପାରୁଛୁ ସେ ଏବେ ବି ଜୀବିତ ଅଛି। ଏଥିପାଇଁ ଭଗବାନଙ୍କୁ କୋଟି କୋଟି ଜୁହାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story