ଭୋକ ଲାଗୁନାହିଁ ? ପସନ୍ଦୀୟ ଖାଦ୍ୟ ଆଖି ସାମନାରେ ଥିଲେ ମଧ୍ୟ ଖାଇବାକୁ ଇଚ୍ଛା ହେଉନାହିଁ । ଆପଣ ଏପରି ସମସ୍ୟା ଭୋଗୁଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କ ମୁତାବକ ଏପରି ସମସ୍ୟା ଏକ ସପ୍ତାହରୁ ଅଧିକ ଦିନ ଲାଗି ରହିଲେ Anorexia nervosa ରୋଗ ହୋଇପାରେ।
ଅଧିକ ଚିନ୍ତା, ଦୁଃଖ କାରଣରୁ ଭୋକ ନଲାଗିବା ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ବ୍ୟାକ୍ଟେରିଆଲ ସଂକ୍ରମଣ, ଲିଭର ସମସ୍ୟା, ହେପାଟାଇଟିସ୍ ଭଳି ରୋଗ ଭୋକ କମ୍ କାରଣରୁ ହୋଇଥାଏ।
ଏହି ସବୁ ଉପାୟ ଆପଣେଇ ଭୋକ ବଢାଇ ପାରିବେ
- ଭୋକ ବଢାଇବା ଲାଗି ପ୍ରଥମେ ନିଜ ଖାଦ୍ୟର ସମୟ ନିର୍ଦ୍ଧାରଣ କରନ୍ତୁ। କେଉଁ ସମୟରେ କଣ ଖାଇବେ ଏହାର ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ।
- ଭୋକ କମ୍ ଲାଗୁଥିଲେ ଦିନକୁ ଅଳ୍ପ ଅଳ୍ପ ୫ଥର ଖାଇବା ଅଭ୍ୟାସ କରନ୍ତୁ। ଏପରି କରିବା ଦ୍ୱାରା କ୍ଷୁଧା ଶକ୍ତି ବଢିଥାଏ।
- ଶରୀରର ଶକ୍ତି ବଢାଇବା ଲାଗି ଅଧିକ କ୍ୟାଲୋରୀ ଜରୁରୀ। ବ୍ୟାୟାମ କରିବା ଦ୍ୱାରା ଭୋକ ବଢିଥାଏ।
- ଯେଉଁ ଲୋକଙ୍କୁ ଭୋକ କମ୍ ଲାଗୁଛି ସେମାନେ ହାଇ-କ୍ୟାଲୋରୀ ଡ୍ରିଙ୍କ୍ ପିଇବା ଭଲ। ପ୍ରୋଟିନ୍ ସେକ୍ ମଧ୍ୟ ପିଇ ପାରିବେ।
- ଜଡିବୁଟି, ଅଦା ଖାଇବା ଦ୍ୱାରା ଭୋକ ବଢିଥାଏ। ଖାଇବା ପୂର୍ବରୁ ପାଣି ପିଅନ୍ତୁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।