ରାଜଧାନୀରେ ବାଣ ଫୁଟାଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆହତ ଚିକିତ୍ସାଧୀନ ଅଛନ୍ତି। ଆହତମାନଙ୍କ ମଧ୍ୟରେ ମହିଳା ଓ ପୁରୁଷ ଥିବା ବେଳେ ଛୋଟ ପିଲା ମଧ୍ୟ ଅଛନ୍ତି।
ବାଣ ଫୁଟେଇବା ବେଳେ କାହାର ହାତରେ ପୋଡ଼ି ଯାଇଛି ଆଉ କିଏ ନିଆଁରେ ପୋଡ଼ି ହୋଇଯାଇଛନ୍ତି। କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଟିମ ସେମାନଙ୍କର ଚିକିତ୍ସା କରୁଛନ୍ତି।
Also Read
ସୂଚନାଯୋଗ୍ୟ, ଗତକାଲି ଦୀପାବଳି ଅବସରରେ ଭୁବନେଶ୍ୱର ସ୍ଥିତ ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ ଗ୍ୟାରେଜରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଦୀର୍ଘ ସମୟ ଅକ୍ଳାନ୍ତ ପରିଶ୍ରମ ପରେ ୪ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। । ଗ୍ୟାରେଜରେ ଓଲଡିଂ ଚାଲିଥିବା ବେଳେ ବସରେ ନିଆଁ ଲାଗିଯାଇଥିବା ସୂଚନା ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପଥଚାରୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଲା ବସ୍
ବସ୍ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଆହତ ହୋଇଛନ୍ତି।
Accident
ଘର ଭାଙ୍ଗି ଦୁଇ ଛୁଆଙ୍କୁ ମାରିଦେଲା ଦନ୍ତା
ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗି ଦେଇଥିଲା ଓ ଦୁଇ ଛୁଆଙ୍କ ଜୀବନ ନେଇଥିଲା।
Accident
ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅଘଟଣ: ଭୁଶୁଡ଼ି ପଡ଼ିଲା ଏଣ୍ଟ୍ରି ଗେଟ୍, ୩୦ରୁ ଅଧିକ ଦର୍ଶକ ଆହତ
ଆହତଙ୍କ ମଧ୍ୟରେ ମହିଳା, ପୁରୁଷ, ବୟସ୍କ ଓ ଛୋଟ ପିଲା ଅଛନ୍ତି।