ଭିଏତନାମ ରାଜଧାନୀ ହାନୋଇରେ ଭୟାବହ ଅଗ୍ନିକାଣ୍ଡ। ଏକ ଆପାର୍ଟମେଣ୍ଟ ବ୍ଲକରେ ଅଗ୍ନିକାଣ୍ଡ ଘଟି 50 ଜଣରୁ ଅଧିକ ଅନ୍ତେବାସୀ ଜୀବନ୍ତ ଦଗ୍ଧ। ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଛୋଟ ଛୁଆ। ଜୀବନ ବିକଳରେ ଝରକା ପଟେ ଛୁଆଙ୍କୁ ବାହାରକୁ ଫିଙ୍ଗି ଦେଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।
ସୂଚନା ଅନୁସାରେ, ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଆପାର୍ଟମେଣ୍ଟର ପାର୍କିଂ ଫ୍ଲୋରରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ସମଗ୍ର ବିଲ୍ଡିଂକୁ ବ୍ୟାପି ଯାଇଥିଲା ନିଆଁ। ଅଗ୍ନିଶମ ଅଧିକାରୀମାନେ ଖବର ପାଇ ଲୋକଙ୍କୁ ଉଦ୍ଧାର କରିଛନ୍ତି। ପ୍ରାୟ ୭୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଭିଏତନାମ ସରକାରୀ ନ୍ୟୁଜ୍ ଏଜେନ୍ସି କହିଛି।
ଏକ ଅନଲାଇନ୍ ପୋର୍ଟାଲ୍ ରିପୋର୍ଟ ଅନୁସାରେ, ଅଗ୍ନିକାଣ୍ଡ ପରେ ବଞ୍ଚାଇବା ପାଇଁ ଲୋକମାନେ ଆର୍ତ୍ତ ଚିତ୍କାର କରିଥିଲେ। ବ୍ଲକ୍ ନିକଟରେ ଥିବା ପଡୋଶୀ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କାରଣ ବିଲ୍ଡିଂରେ ବାହାକୁ ଆସିବା କିମ୍ବା ଭିତରକୁ ଯିବା ପାଇଁ ବ୍ୟାପକ ବନ୍ଦୋବସ୍ତ ନଥିଲା। ଫଳରେ ଲୋକମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇ ପଡିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଛୋଟ ଛୁଆମାନଙ୍କୁ ବଞ୍ଚାଇବା ପରେ ଝରକା ପଟେ ସେମାନଙ୍କୁ ବାହାରକୁ ଫିଙ୍ଗି ଦେଉଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।