ମୁମ୍ବାଇର ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳି ଚାଲିଛି ରସାୟନରେ ଭର୍ତ୍ତି ଥିବା ଫ୍ୟାକ୍ଟ୍ରି। ଏତେ ଜୋରରେ ନିଆଁ ଲାଗିଛି ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି।
#WATCH | Mumbai: A massive fire broke out in a chemical factory in Navi Mumbai. Fire tenders reached the spot. pic.twitter.com/bQKcs7mQpA
— ANI (@ANI) January 4, 2024
ଆଜି ସକାଳେ ନାଭି ମୁମ୍ବାଇ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଖବର ଲେଖା ହେବା ସୁଦ୍ଧା କୌଣସି ମୃତାହତଙ୍କ ସୂଚନା ମିଳିପାରି ନଥିଲା। କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି।
ଅଗ୍ନିକାଣ୍ଡ ସମୟରେ ଫ୍ୟାକ୍ଟ୍ରିରେ କେତେ କର୍ମଚାରୀ ଥିଲେ ଜଣାପଡି ନାହିଁ। କ୍ଷୟକ୍ଷତିର ଆକଳ କରାଯାଇ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ପୋଖରୀରେ ବୁଡ଼ିଗଲେ ୫ ଶିଶୁ
ଡଙ୍ଗା ଓ କଏନ ଆଣିବାକୁ ଯାଇ ଘଟିଛି ଏଭଳି ଅଘଟଣ!
Accident
ଲୁଗା ଦୋକାନରେ ଲାଗିଲା ନିଆଁ, ଜଳିଗଲେ ମାଲିକ
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜଟଣୀ ରାଜା ବଜାରରେ ଥିବା ସୂର୍ଯ୍ୟ ମହାପାତ୍ରଙ୍କ ଲୁଗା ଦୋକାନରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ପୂରା ଦୋକାନରେ ବ୍ୟାପି ଯାଇଥିଲା।
Accident
ଡଙ୍ଗା ଆଣିବା ପାଇଁ ପୋଖରୀକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା
ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ତେଣୁ ସକାଳେ ସକାଳେ ବସ୍ତା ଥାନା ପଣିଶାପଡା ଗାଁର ଦିଲ୍ଲୀପ କୁମାର ଦାସ ଓ ମାନସ ନନ୍ଦଙ୍କ ପରିବାର ଲୋକ ଘର ପାର୍ଶ୍ୱ ପୋଖରୀରେ ଡଙ୍ଗା ଭସାଇଥିଲେ।
Accident
ପାର୍ଟି ସରିଲା ଲୁହରେ; ଅଧା ବାଟରେ ଲିଭିଗଲା ୬ ସାଙ୍ଗଙ୍କ ଜୀବନ ଦୀପ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ ଚୂରମାର୍ ହୋଇ ଯାଇଥିବାବେଳେ ମୃତକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି।
Accident
ବୋଇତ ବନ୍ଦାଣ ଉତ୍ସବ ବେଳେ ଅଘଟଣ, ମଝି ସମୁଦ୍ରରେ ଫସିଲା ଦୁଇ ବୋଟ୍
ସାଧବ ପୁଅଙ୍କୁ ନେଇ ସମୁଦ୍ରକୁ ଯାଇଥିବା ଦୁଇ ବୋଟ୍ ସମୁଦ୍ର ମଝିରେ ଫସି ରହିଛି। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ପ୍ରାୟ ୫୦ରୁ ଅଧିକ ଲୋକ ମଝି ସମୁଦ୍ରରେ ଫସି ରହିଛନ୍ତି।