ମୋବାଇଲରୁ ବ୍ୟାଟେରି ବାହାର କରୁଥିଲେ ଦୋକାନୀ, ହଠାତ୍‌ ଲାଗିଲା ନିଆଁ

ମୋବାଇଲରୁ ବ୍ୟାଟେରି ବାହାର କରୁଥିଲେ ଦୋକାନୀ। ମାତ୍ର ହଠାତ୍‌ ତାହା ଫାଟିବା ସହ ସେଥିରେ ନିଆଁ ଲାଗି ଯାଇଥିଲା।

Blast Mobile Battery

ମୋବାଇଲ ବ୍ୟାଟେରୀରେ ନିଆଁ ଲାଗି ଯାଇଛି।

Niharika Rout
  • Published: Thursday, 11 January 2024
  • , Updated: 11 January 2024, 10:16 AM IST

ମୋବାଇଲରୁ ବ୍ୟାଟେରି ବାହାର କରୁଥିଲେ ଦୋକାନୀ। ମାତ୍ର ହଠାତ୍‌ ତାହା ଫାଟିବା ସହ ସେଥିରେ ନିଆଁ ଲାଗି ଯାଇଥିଲା। ଏପରି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି। ଏହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ନିଜ ମୋବାଇଲରେ ତ୍ରୁଟି ଦେଖାଦେବାରୁ କାନପୁରର ଏକ ମୋବାଇଲ୍‌ ସପ୍‌କୁ ଜଣେ ବ୍ୟକ୍ତି ଯାଇଥିଲେ। ଦୋକାନୀ ବିବେକ ଅବସ୍ଥୀ ମୋବାଇଲ ଦେଖୁଥିବା ବେଳେ ତାହାର ବ୍ୟାଟେରୀ ଖୋଲିଥିଲେ। ମାତ୍ର ହଠାତ୍ ଉକ୍ତ ସମୟରେ ବ୍ୟାଟେରୀ ଫାଟିଯିବା ସହ ସେଥିରେ ନିଆଁ ଲାଗି ଯାଇଥିଲା।

ଦୋକାନୀଜଣକ ଏହାଦେଖି ତୁରନ୍ତ ମୋବାଇଲକୁ ଦୂରକୁ ଫୋପାଡ଼ି ଦେଇଥିଲେ। ଏଥିରେ ତାଙ୍କ ହାତ ଜଳି ଯାଇଥିବା ବେଳେ ଜୀବନ ରକ୍ଷା ହୋଇ ଯାଇଥିବା ଜଣାଯାଇଛି। ଏଥିସହ ମୋବାଇଲ ଆଣିଥିବା ବ୍ୟକ୍ତିଜଣକ ମଧ୍ୟ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ତୁରନ୍ତ ଦୋକାନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Related story