ଦିଅର ସହ ବାଇକ୍‌ରେ ଯାଉଥିଲେ ଭାଉଜ, ପିଟି ଦେଲା ହାଇୱା

ଦିଅର ସହ ବାଇକ୍‌ରେ କଟକ ବାହାରିଥିଲେ ଭାଉଜ । କଟକରେ କାମ ସାରି ସନ୍ଧ୍ୟା ବେଳକୁ ଘରକୁ ଫେରି ଆସିଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ ।

ଦୁର୍ଘଟଣା ଘଟାଇଥିବା ହାଇୱା ।

  • Published: Monday, 19 February 2024
  • , Updated: 19 February 2024, 02:43 PM IST

ଦିଅର ସହ ବାଇକ୍‌ରେ କଟକ ବାହାରିଥିଲେ ଭାଉଜ । କଟକରେ କାମ ସାରି ସନ୍ଧ୍ୟା ବେଳକୁ ଘରକୁ ଫେରି ଆସିଥା’ନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ । ରାସ୍ତାରେ ପିଟିଦେଲା ଟ୍ରକ୍‌ । ଆଉ ଛଟପଟ ହୋଇ ଚାଲିଗଲା ଭାଉଜଙ୍କ ଜୀବନ । ଆଜି ସକାଳେ କଟକ ଜିଲ୍ଲା ବଡମ୍ବା ଥାନା ପାଞ୍ଚଗାଁ ଛକରେ ଘଟିଛି ଏହି ଦୁର୍ଘଟଣା।ମୃତ ମହିଳା ଜଣଙ୍କ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ନୂଆ ମଙ୍ଗରାଜପୁରର ଉର୍ମିଳା ସାହୁ। 

ଉର୍ମିଳା ତାଙ୍କ ଦିଅର କାହ୍ନୁଚରଣ ସାହୁଙ୍କ ସହ ବାଇକ୍‌ ଯୋଗେ ଗାଁରୁ କଟକ ଅଭିମୁଖେ ବାହାରିଥିଲେ। ପାଞ୍ଚଗାଁ ଛକରେ ଏକ ହାଇୱା ବାଇକ୍‌ଟିକୁ ପିଟି ଦେଇଥିଲା। ଫଳରେ ଉଭୟ ଦିଅର,ଭାଉଜ ଛିଟିକି ରାସ୍ତା ଉପରେ ପଡ଼ିଥିଲେ। ଘଟଣାସ୍ଥଳରେ ଉର୍ମିଳା ସାହୁଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଦିଅର କାହ୍ନୁଚରଣ ସାହୁ ଗୁରୁତର ଆହତ ହୋଇଛନ୍ତି।

ତିଗିରିଆ ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଡାକ୍ତରଖାନାକୁ ପଠେଇବା ସହ ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି।

Related story