୧୦ ସେପ୍ଟେମ୍ବର, ସୋମବାର: ସାବଧାନ! ଏହି ରାଶିର ଲୋକେ ଅପମାନିତ ହୋଇପାରନ୍ତି

ମେଷ: ସ୍ୱାସ୍ଥ୍ୟାବସ୍ଥା ଭଲ ରହିବ। ମନ ପ୍ରସନ୍ନ ରହିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଆଗେଇବେ। କିଛି କାର୍ଯ୍ୟରେ ବାଧା ଉପୁଜିପାରେ। ବୃଷ: ମନ ଭଲ ରହିବ ନାହିଁ। ନକାରାତ୍ମକ ଚିନ୍ତା ମନକୁ କବଳିତ କରିପାରେ। ସୃଜନାତ୍ମକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ମିଥୁନ: ସବୁ କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁ ପାଖ ମାଡ଼ିବେନି। ଭାଗ୍ୟବୃଦ୍ଧିର ସଙ୍କେତ ମିଳୁଛି। କର୍କଟ: ଚିନ୍ତା ଦୂର ହେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ସିଂହ: ଆତ୍ମବିଶ୍ୱାସ ବଢ଼ିବ। ପ୍ରତ୍ୟେକ […]

RasiFala

Jitendra Garnayak
  • Published: Monday, 10 September 2018
  • , Updated: 10 September 2018, 10:21 AM IST

ମେଷ: ସ୍ୱାସ୍ଥ୍ୟାବସ୍ଥା ଭଲ ରହିବ। ମନ ପ୍ରସନ୍ନ ରହିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଆଗେଇବେ। କିଛି କାର୍ଯ୍ୟରେ ବାଧା ଉପୁଜିପାରେ।

ବୃଷ: ମନ ଭଲ ରହିବ ନାହିଁ। ନକାରାତ୍ମକ ଚିନ୍ତା ମନକୁ କବଳିତ କରିପାରେ। ସୃଜନାତ୍ମକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ।

ମିଥୁନ: ସବୁ କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁ ପାଖ ମାଡ଼ିବେନି। ଭାଗ୍ୟବୃଦ୍ଧିର ସଙ୍କେତ ମିଳୁଛି।

କର୍କଟ: ଚିନ୍ତା ଦୂର ହେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ପ୍ରତ୍ୟେକ କାର୍ଯ୍ୟକୁ ଯୋଜନା ଅନୁଯାୟୀ କାର୍ଯ୍ୟକାରୀ କରିବେ। କିଛି କଥାରେ ରାଗି ଯାଇପାରନ୍ତି। ତେବେ ରାଗକୁ ନିୟନ୍ତ୍ରଣରେ ରଖିଲେ ଆପଣଙ୍କ ପାଇଁ ଭଲ।

କନ୍ୟା: କୌଣସି ପ୍ରସଙ୍ଗରେ ଆପଣ ବିବାଦୀୟ ହୋଇଯିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କାହାର ପରାମର୍ଶ ଅବଶ୍ୟ ନିଅନ୍ତୁ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ବ୍ୟସ୍ତତା ଭିତରେ ଦିନଟି କଟିପାରେ। ପରିବାର ପାଇଁ ସମୟ କାଢ଼ିବାକୁ ଚେଷ୍ଟା କରନ୍ତୁ।

ବିଛା: ଦିନଟି ବହୁତ ଭଲ ରହିବ ନାହିଁ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। ଅଫିସ୍ ଅବା ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ମନ ଶାନ୍ତ ରହିବ। ଅନ୍ୟମାନଙ୍କ କଥା ଶୁଣନ୍ତୁ ନାହିଁ। କାହାକୁ କଟୁ କଥା କୁହନ୍ତି ନାହିଁ।

ମକର: ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଆୟ ଅନୁସାରେ ବ୍ୟୟ ବଢ଼ିପାରେ।

କୁମ୍ଭ: ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଯାଇପାରେ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଅପମାନିତ ହୋଇପାରନ୍ତି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ମୀନ: ଚିନ୍ତାମୁକ୍ତ ରହିବେ। ସବୁ କାମ ଯୋଜନା ମୁତାବକ ସଂପନ୍ନ ହୋଇ ନପାରେ। କେହି ଆପଣଙ୍କୁ ଆଘାତ ଦେବାକୁ ଉଦ୍ୟମ କରିପାରନ୍ତି। ତେଣୁ ଟିକେ ସତର୍କ ରୁହନ୍ତୁ।

Related story