ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ।
ବୃଷ: ଅଳସୁଆ ଅନୁଭବ କରିବେ। ଅଧିକ ପରିଶ୍ରମ କରିବେ। ଆଧ୍ୟାତ୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ: ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପରନ୍ତି। ଯାନବାହନ ସୁଖ ମିଳିବ। ନୂତନ ବସ୍ତ୍ର କିଣି ପାରନ୍ତି।
କର୍କଟ: ଦିନଟି ଭଲରେ କଟିବ। ଘରେ ସୁଖ ଶାନ୍ତିର ବାତାବରଣ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।
ସିଂହ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମନ ପ୍ରଫୁଲ୍ଲିତ ରହିବ। ପିଲାମାନେ ପାଠପଢ଼ାରେ ସଫଳତା ପାଇବେ।
କନ୍ୟା: ଦିନଟି ଭଲରେ କଟିବ ନାହିଁ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚ ବଢ଼ିବ।
ତୁଳା: ପରିବାର ସଦସ୍ୟଙ୍କ ସହ କୌଣସି ବିଷୟରେ ଚର୍ଚ୍ଚା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।
ବିଛା: ପରିବାର ସଦସ୍ୟଙ୍କ ସତ ମତାନ୍ତର ହୋଇପାରେ। ବନ୍ଧୁଙ୍କ ସହ ଭୁଲ ବୁଝାମଣା ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ।
ଧନୁ: ଆର୍ଥିକ ସ୍ଥିତି ଭଲ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦାମ୍ପତ୍ୟ ଜୀବନ ଭଲରେ କଟିବ।
ମକର: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।
କୁମ୍ଭ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଲାଭ ମିଳିବ। ମାନ-ସମ୍ମାନ ମିଳିବ।
ମୀନ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।