୧୩ ନଭେମ୍ୱର, ମଙ୍ଗଳବାର: ପେଟ ଯନ୍ତ୍ରଣାରେ ପଡ଼ିପାରନ୍ତି

ମେଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ। ବୃଷ: ଅସୁସ୍ଥ ଅନୁଭବ କରିବେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ମିଥୁନ: ମନୋରଞ୍ଜନ ପାଇଁ କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ସ୍ୱାଦିଷ୍ଟ ଖଦ୍ୟ ଖାଇବାକୁ ମିଳିବ। ଅଯଥା ଖର୍ଚ୍ଚ ବଢ଼ିବ। କର୍କଟ: ବ୍ୟବସାୟରେ ଲାଭ ମିଳିବ। ଶୁଭ ଖବର ଶୁଣି ପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଦିନ କଟିବ। ମାନ-ସମ୍ମାନ ବୃଦ୍ଧି […]

Rasi-Fala

Jyoshna Pradhan
  • Published: Tuesday, 13 November 2018
  • , Updated: 13 November 2018, 07:37 AM IST

ମେଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ।

ବୃଷ: ଅସୁସ୍ଥ ଅନୁଭବ କରିବେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ମିଥୁନ: ମନୋରଞ୍ଜନ ପାଇଁ କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ସ୍ୱାଦିଷ୍ଟ ଖଦ୍ୟ ଖାଇବାକୁ ମିଳିବ। ଅଯଥା ଖର୍ଚ୍ଚ ବଢ଼ିବ।

କର୍କଟ: ବ୍ୟବସାୟରେ ଲାଭ ମିଳିବ। ଶୁଭ ଖବର ଶୁଣି ପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଦିନ କଟିବ। ମାନ-ସମ୍ମାନ ବୃଦ୍ଧି ପାଇବ।

ସିଂହ: ଦିନଟି ଭଲରେ କଟିବ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କନ୍ୟା: ଅଳସୁଆ ଅନୁଭବ କରିପାରନ୍ତି। ତରବରିଆ ହୋଇ କୌଣସି କାମ କରନ୍ତୁ ନାହିଁ। ପିଲାଙ୍କୁ ନେଇ ଚିନ୍ତିତ ରହି ପାରନ୍ତି।

ତୁଳା: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଭାଗ୍ୟରେ ପରିବର୍ତ୍ତନ ଘଟିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଛା: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି।

ଧନୁ: ଦିନଟି ଭଲରେ କଟିବ। ସୁସ୍ଥ ରହିବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ମକର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

କୁମ୍ଭ: ବିବାହ ସ୍ଥିର ହୋଇପାରେ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ମିଳିବ। ଧନପ୍ରାପ୍ତି ଯୋଗ ରହିଛି।

ମୀନ: ଅନ୍ୟ ଲୋକଙ୍କୁ ସାହାଯ୍ୟ କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପିତାମାତାଙ୍କ ଆଶୀର୍ବାଦ ମିଳିବ।

Related story