ମେଷ: ଶରୀର ସୁସ୍ଥ ରହିବ। ଖୁସି ଖବର ଶୁଣି ପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
ବୃଷ: ବ୍ୟବସାୟରେ ଲାଭ ମିଳିବ। ନୂତନ ଯାନବାହନ କିଣି ପାରନ୍ତି। ତରବର ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ।
ମିଥୁନ: ଚିନ୍ତିତ ରହିବେ। ବୁଝିବିଚାରି କାର୍ଯ୍ୟ କରନ୍ତୁ । ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
କର୍କଟ: ମନ ପ୍ରଫୁଲ୍ଲିତ ରହିବ। ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ସିଂହ: ମଧ୍ୟାହ୍ନ ପରେ ବିଦେଶରୁ ଶୁଭ ଖବର ଶୁଣି ପାରନ୍ତି। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। କ୍ୟାରିଅରରେ ସଫଳତା ମିଳିବ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଯଶ ବୃଦ୍ଧି ହେବ। ପରିବାରରେ ହସଖୁସିର ବାତାବରଣ ରହିବ।
ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର ପାଇଁ କିଛି ଜିନିଷ କିଣି ପାରନ୍ତି।
ବିଚ୍ଛା: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ନୂତନ ବସ୍ତ୍ର କିଣିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି।
ଧନୁ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।
ମକର: ଦିନଟି ଭଲରେ କଟିବ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ଭାଗ୍ୟ ବୃଦ୍ଧି ହେବ। ବନ୍ଧୁଙ୍କ ସହ ସାକ୍ଷାତକରି ଆନନ୍ଦିତ ହେବେ।
କୁମ୍ଭ: ଧନପ୍ରାପ୍ତିର ଯୋଗ ରହିଛି। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।
ମୀନ: ଋଣ ଦିଅନ୍ତୁ ନାହିଁ। କାର୍ଯ୍ୟରେ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଉପହାର ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।