ମେଷ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲ। ଅପରାହ୍ଣ ପରେ ଚିନ୍ତିତ ରହିପାରନ୍ତି।
ବୃଷ: ଅସୁସ୍ଥ ଅନୁଭବ କରିବେ। ଆତ୍ମବିଶ୍ୱାସ ବଢ଼ିବ। ବାଦ-ବିବାଦଠାରୁ ନିଜକୁ ଦୂରେଇ ରହନ୍ତୁ।
ମିଥୁନ: ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଉପହାର ମିଳିପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ।
କର୍କଟ: ଅଳସୁଆ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ସୁସାଦୁ ଭୋଜନ କରିବେ।
ସିଂହ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଉପହାର ମିଳିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।
କନ୍ୟା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।
ତୁଳା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହ ଦେଖାହୋଇପାରେ।
ବିଚ୍ଛା: ମନୋରଞ୍ଜନ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ, ଦୁର୍ଘଟଣା ଘଟିପାରେ। କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ।
ଧନୁ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ଆନନ୍ଦ ଉଲ୍ଲାସରେ ଦିନଟି କଟିବ। ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ।
ମକର: ବ୍ୟବସାୟରେ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଯାତ୍ରା କରିପାରନ୍ତି।
କୁମ୍ଭ: ଖେଳାଳିଙ୍କ ପାଇଁ ଦିନଟି ଭଲରେ କଟିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।
ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧାର୍ମିକ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।