୨୧ ମେ’, ଗୁରୁବାର: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ

ମେଷ: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା କରି ପ୍ରଶଂସିତ ହେବେ। ବ୍ୟବସାୟ ଲାଭଜନକ ହେବ। ବୃଷ: ଶାରୀରିକ ସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନୂଆ କାମ ଆରମ୍ଭ କରିବେ। ମିଥୁନ: ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସ୍ୱନାମ ଅର୍ଜନ କରିବେ। କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସରକାରୀ କାମରେ ସଫଳତା ପାଇବେ। […]

astrology-1234

Tapaswini Nayak
  • Published: Thursday, 21 May 2020
  • , Updated: 21 May 2020, 07:55 AM IST

ମେଷ: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା କରି ପ୍ରଶଂସିତ ହେବେ। ବ୍ୟବସାୟ ଲାଭଜନକ ହେବ।

ବୃଷ: ଶାରୀରିକ ସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନୂଆ କାମ ଆରମ୍ଭ କରିବେ।

ମିଥୁନ: ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସ୍ୱନାମ ଅର୍ଜନ କରିବେ।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସରକାରୀ କାମରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ।

ସିଂହ: ବ୍ୟବସାୟ ଲାଭଜନକ ହେବ। ଶୁଭ ସମ୍ବାଦ ପାଇ ଖୁସି ହେବେ। ପରିବାରରେ ମାନ ମନାନ୍ତର ଦେଖାଦେବ।

କନ୍ୟା: ବ୍ୟବସାୟୀମାନେ କଠିନ ପରଶ୍ରମର ମୂଲ୍ୟ ଫେରିପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବରଣ ଦେଖାଦେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।

ତୁଳା: ପରିବାରିକ କଳହ ଲାଗି ରହିବ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ।ସତର୍କ ନ ହେଲେ ଆପଣା ଲୋକ କ୍ଷତି ଘଟାଇବେ।

ବିଛା: ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ। ବ୍ୟବସାୟୀମାନେ ଲାଭବାନ ହେବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି।

ଧନୁ: ଶିକ୍ଷାର୍ଥୀମାନେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ପାଇବେ। ବ୍ୟବସାୟ ଲାଭଜନକ ହେବ।

ମକର: ସାମାଜିକ ପତିଆରା ଅମଳିନ ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।ସାମ୍ବାଦିକମାନଙ୍କର ପଦମର୍ଯ୍ୟଦା ବୃଦ୍ଧି ପାଇବ।

କୁମ୍ଭ: ବ୍ୟବସାୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କାଟିବେ।

ମୀନ: ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାର ଦୃଢତା ଆସିବ। ଶତ୍ରୁମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ।

Related story