ମେଷ: ଦିନଟି ଏତେ ଭଲ ରହିବ ନାହିଁ। ଅର୍ଥ ରୋଜଗାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନୂଆ କାମ ମିଳିପାରେ। ଅଟକି ଥିବା ଧନ ମିଳିପାରେ।
ବୃଷ: ଅଳସୁଆ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଧନପ୍ରାପ୍ତି ଯୋଗ ରହିଛି। ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଦୂର ହୋଇପାରେ।
ମିଥୁନ: ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ହୋଇପାରେ।
କର୍କଟ: ଦିନଟି ଜଞ୍ଜାଳମୟ ରହିବ। ପରିଶ୍ରମର ଫଳ ମିଳିବ। ଧନ ଓ ମାନସମ୍ମାନ ବୃଦ୍ଧି ପାଇବ।
ସିଂହ: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ।
କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ସ୍ଥାନ ପରିବର୍ତ୍ତନ କରନ୍ତୁ, ସୁଫଳ ମିଳିବ।
ତୁଳା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ମାମଲାରେ ସୁଧାର ଆସିବ।
ବିଛା: ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ। ଅଫିସ୍ରେ ଉପରିସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ନୂଆ ଦାୟିତ୍ୱ ହାତକୁ ନେବେ।
ଧନୁ: କୌଣସି ପୁରୁଣା ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ମକର: ଚାକିରି କ୍ଷେତ୍ରରେ ସୁଧାର ଆସିବ। ପ୍ରେମ ସଂପର୍କରେ ସମସ୍ୟା ଦେଖା ଦେଇପାରେ। ଧନପ୍ରାପ୍ତି ଯୋଗ ରହିଛି।
କୁମ୍ଭ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ସନ୍ଧ୍ୟାରେ ପରିବାର ଲୋକଙ୍କୁ ସମୟ ଦେବେ। ବୁଲାବୁଲି କରିବାକୁ ଯାଇପାରନ୍ତି। କୌଣସି ନୂଆ କାମ କରନ୍ତୁ ନାହିଁ, କ୍ଷତିରେ ପଡ଼ିପାରନ୍ତି।
ମୀନ: ଦିନଟି ଭଲରେ କଟିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।