୭ ଏପ୍ରିଲ, ବୁଧବାର: ଅପ୍ରିୟ ସତ୍ୟକଥା କୁହନ୍ତୁ ନାହିଁ

ମେଷ: ସାମାନ୍ୟ କଥାକୁ ନେଇ ବନ୍ଧୁଙ୍କ ସହିତ ମତଭେଦ ଦେଖାଦେଇପାରେ । ପ୍ରତ୍ୟେକଟି କାର୍ଯ୍ୟରେ ଅଯଥା ବିଳମ୍ବ ଓ ଅସଫଳତା ଦେଖାଦେବ । ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଶୁଭଫଳ ପାଇବେ ନାହିଁ। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ  ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ଭୟ ମନରେ ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ମନ ଦେବେ ନାହିଁ। ପ୍ରତିକାର-କୌଣସି ଦରିଦ୍ର ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ ।

ମିଥୁନ: ଦୃଢ ମନୋବଳ ଓ ଅଦମ୍ୟ ସାହସ ହେତୁ ବିପଦରୁ ରକ୍ଷା ପାଇବେ । ସନ୍ତାନମାନଙ୍କ କୃତ୍ତିତ୍ୱରେ ଆନନ୍ଦିତ ତଥା ଗର୍ବିତ ଅନୁଭବ କରିବେ । କୌଣସି ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ । ପ୍ରତିକାର-କିଛି ଦୁବ ଘାସ ଗାଈକୁ ଖାଇବାକୁ ଦିଅନ୍ତୁ ।

 କର୍କଟ: ହଠାତ୍ କୌଣସି ସୂତ୍ରରୁ ଧନ ପ୍ରାପ୍ତିର ଯୋଗ ରହିଛି । ପାରିବାରିକ ସମସ୍ୟାର ସମାଧାନ ହୋଇଯିବ ଓ ସୁଖ ଶାନ୍ତି ଅନୁଭବ କରିବେ । ଆମଦାନୀ ରପ୍ତାନି ବ୍ୟବସାୟରେ ଲାଭାଂଶ ବୃଦ୍ଧି ପାଇବ । ପ୍ରତିକାର-କିଛି ମିଠା ଦହି ଖାଇ କାର୍ଯ୍ୟ  ଆରମ୍ଭ କରନ୍ତୁ ।

ସିଂହ: ଅପ୍ରିୟ ସତ୍ୟକଥା କୁହନ୍ତୁ ନାହିଁ । ନଚେତ୍ ଅପମାନିତ ହୋଇପାରନ୍ତି । ଆର୍ଥିକ ସମସ୍ୟା ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଚିନ୍ତିତ ରହିବେ । ଯାତ୍ରାକଲାବେଳେ ସତର୍କତା ଅବଲମ୍ବନ କରନ୍ତୁ । ନଚେତ୍ ଦୁର୍ଘଟଣା ଘଟିପାରେ । ପ୍ରତିକାର- ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ପଢି ଗୁଡ ପାଣିରେ ଅର୍ଘ୍ୟ ପ୍ରଦାନ କରନ୍ତୁ ।

କନ୍ୟା: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ । ପରିବାରରେ ସ୍ନେହ ସମ୍ପର୍କ ବୃଦ୍ଧି ପାଇବ । ମହିଳାମାନଙ୍କ କାର୍ଯ୍ୟ ସମସ୍ତ କ୍ଷେତ୍ରରେ ପ୍ରଶଂସନୀୟ ହେବ । ପ୍ରତିକାର- ସାତଟି ପାନପତ୍ର ଓ ସାତଟି ଦୁବ ଶ୍ରୀଗଣେଶଙ୍କୁ ଚଢାନ୍ତୁ ।

ତୁଳା: ସଭା ସମିତି ଓ ଧାର୍ମିକ ଅନୁଷ୍ଠାନରେ ଯୋଗଦାନ କରିପାରନ୍ତି । ବନ୍ଧୁମିଳନର ସୁଯୋଗ ରହିଛି ଯାହା ଫଳରେ ମନ ଆନନ୍ଦିତ ରହିବ । ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତି ସୁଦୃଢ ହେବ । ପ୍ରତିକାର- କିଛି ଅରୁଆ ଭାତ ଗାଈକୁ ଖାଇବାକୁ ଦିଅନ୍ତୁ

ବିଛା: ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ମତ ପାର୍ଥକ୍ୟ ଦେଖାଦେବ । କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ,ଅାକସ୍ମିକ ଦୁର୍ଘଟଣା ଦେଖାଦେଇପାରେ । ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ ଲାଗି କରନ୍ତୁ

ଧନୁ: ଅର୍ଥ, ମାନ ସମାନ ମିଳିବା ସହିତ ସ୍ବାଦିଷ୍ଟ ଭୋଜନ ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ସହଯୋଗ ଲାଭ କରିବେ । ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ । ପ୍ରତିକାର- ହଳଦୀ ରଙ୍ଗର ଟୀକା ମଥାରେ ଲଗାନ୍ତୁ ।

ମକର: ପୈତୃକ ସମ୍ପତ୍ତିକୁ ନେଇ ଲାଗିଥିବା ବାଦବିବାଦ ଦୂର ହେଇଯିବ। ମହିଳାମାନେ ଗୃହ କାର୍ଯ୍ୟରେ ଲିପ୍ତ ରହିବେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ନିବେଶ କରିବେ । ପ୍ରତିକାର- ରାଶି ତେଲର ଦୀପଟିଏ ମା’ କାଳୀଙ୍କ ପାଖରେ ପ୍ରଦାନ କରନ୍ତୁ ।

କୁମ୍ଭ: ଗୃହକୁ ବନ୍ଧୁଙ୍କ ଆଗମନ ହେବ ଓ ଦିନଟି ହସ ଖୁସିରେ କଟିବ । ଅନେକ ଦିନରୁ କରିବାକୁ ଚାହୁଁଥିବା କାମଟିକୁ ଶେଷ କରିବାରେ ସମର୍ଥ ହେବେ । ବକେୟା ଅର୍ଥ ହସ୍ତଗତ ହେବ ଓ ଆର୍ଥିକ ସ୍ଥିତି ସୁଦୃଢ ରହିବ । ପ୍ରତିକାର- ସାତଟି ନୀଳ ଅପରାଜିତା ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। କୌଣସି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି । ମହିଳାମାନେ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ପ୍ରତିକାର- ୩ଟି ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।