୮ ଏପ୍ରିଲ, ଗୁରୁବାର: ସୌଖିନ ଦ୍ରବ୍ୟ କ୍ରୟ କରିପାରନ୍ତି

ମେଷ: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିର ସଫଳ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ଉତ୍ସାହ ଓ ପ୍ରେରଣା ପାଇବେ। ମହିଳାମାନେ ଚେଷ୍ଟା କରୁଥିବା କାର୍ଯ୍ୟରେ କୃତକାର୍ଯ୍ୟ ହେବେ। ପ୍ରତିକାର-  ୫ଟି ଲାଲ ମନ୍ଦାର ଫୁଲ ଗ୍ରାମଦେବୀଙ୍କ ପାଖରେ ଚଢ଼ାନ୍ତୁ। ବୃଷ: ନିଜ ଜୀବନ ସାଥୀର ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ରାଜନେତାମାନେ ନିଜ ନିଜ କ୍ଷେତ୍ରରେ ସମ୍ମାନିତ ତଥା ପ୍ରଶଂସିତ ହେବେ। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ମାନସିକ ଶାନ୍ତି ଲାଭ କରିବେ […]

RASI

Niharika Rout
  • Published: Thursday, 08 April 2021
  • , Updated: 08 April 2021, 08:12 AM IST

ମେଷ: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିର ସଫଳ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ଉତ୍ସାହ ଓ ପ୍ରେରଣା ପାଇବେ। ମହିଳାମାନେ ଚେଷ୍ଟା କରୁଥିବା କାର୍ଯ୍ୟରେ କୃତକାର୍ଯ୍ୟ ହେବେ। ପ୍ରତିକାର-  ୫ଟି ଲାଲ ମନ୍ଦାର ଫୁଲ ଗ୍ରାମଦେବୀଙ୍କ ପାଖରେ ଚଢ଼ାନ୍ତୁ।

ବୃଷ: ନିଜ ଜୀବନ ସାଥୀର ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ରାଜନେତାମାନେ ନିଜ ନିଜ କ୍ଷେତ୍ରରେ ସମ୍ମାନିତ ତଥା ପ୍ରଶଂସିତ ହେବେ। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ମାନସିକ ଶାନ୍ତି ଲାଭ କରିବେ । ପ୍ରତିକାର- ଧଳାରଙ୍ଗର ରୁମାଲଟିିଏ ନିଜ ପାଖରେ ରଖନ୍ତୁ।

ମିଥୁନ: ପାରିବାରିକ ଜୀବନରେ ଅଶାନ୍ତି, ଅସନ୍ତୋଷ ଓ ବିଶୃଙ୍ଖଳା ଦେଖାଦେବ। ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ। ତେଣୁ ଜଗିରଖି ଚଳନ୍ତୁ। ବ୍ୟବସାୟ ଓ ବାଣିଜ୍ୟରେ ସେତେଟା ଲାଭ ପାଇବେ ନାହିଁ। ପ୍ରତିକାର- ୭ଟି ତୁଳସୀ ମଞ୍ଜରୀ ଶ୍ରୀ ବିଷ୍ଣ୍ନୁଙ୍କୁ ଅର୍ପଣ କରନ୍ତୁ।

କର୍କଟ: କୌଣସି କ୍ଷେତ୍ରରେ ଠକାମୀରେ ପଡ଼ିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ଶରୀରର କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ପ୍ରତିକାର-ମହାଦେବଙ୍କ ପାଖରେ କିଛି କଞ୍ଚା କ୍ଷୀର ଓ ୫ଟି ତ୍ରିଶାଖା ବେଲପତ୍ର ଚଢ଼ାନ୍ତୁ।

ସିଂହ: ପ୍ରତ୍ୟେକଟି କାର୍ଯ୍ୟରେ ସିଦ୍ଧିଲାଭ କରିବେ। ଦେହ ଓ ମନ ସୁସ୍ଥ ରହିବ। ମାନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଘରେ ବାହାରେ ପ୍ରଶଂସନୀୟ ହେବେ। ପ୍ରତିକାର- ଗାଈକୁ କିଛି ଗୁଡ଼ ଖାଇବାକୁ ଦିଅନ୍ତୁ।

କନ୍ୟା: ଗୁପ୍ତ ଶତ୍ରୁମାନେ ପରାଜିତ ହେବେ। ଫଳରେ ମନରେ ସ୍ଥିରତା ଆସିବ। ଉଚ୍ଚ କର୍ମକର୍ତ୍ତାଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ଅଗ୍ରଗତି କରିବେ । ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା: ସାମାନ୍ୟ ଘଟଣାକୁ ନେଇ ପରିବାରରେ ମନୋମାଳିନ୍ୟ ଦେଖାଦେବ। ନିଜର ଲୋକମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ। ପ୍ରତ୍ୟେକଟି ସ୍ଥାନରେ ନିନ୍ଦିତ ଓ ଅପମାନିତ ହେବାର ସମ୍ଭାବନା ରହିଛି। ତେଣୁ ଜଗି ରଖି ଚଳନ୍ତୁ। ପ୍ରତିକାର- କିଛି ଅରୁଆ ଭାତ ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା: ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ପାରିବାରିକ ସୁଖଶାନ୍ତି ଦେଖାଦେବ। ସାହିତ୍ୟ, କଳା ଓ ସାଂଗଠନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ । ପ୍ରତିକାର- ତିନୋଟି ଡାଳିମ୍ବ ହନୁମାନଙ୍କ ପାଖରେ ଚଢ଼ାନ୍ତୁ।

ଧନୁ: ନିଜସ୍ୱ ଯୋଜନା ମୁତାବକ କାମକରି ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି। ବହୁଦିନରୁ ଅଟକିଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। ପ୍ରତିକାର-ବିଷ୍ଣୁ ଭଗବାନଙ୍କୁ ଦର୍ଶନ କରନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

ମକର: ସନ୍ତାନସନ୍ତତିମାନଙ୍କ ବିଶୃଙ୍ଖଳିତ ବ୍ୟବହାରରେ କ୍ଷୁବ୍ଧ ହେବେ। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ତେଣୁ ଜଗି ରଖି ଚଳନ୍ତୁ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିବେ ସେମାନେ ଶତ୍ରୁତା ଆଚରଣ କରିବେ। ପ୍ରତିକାର- ୨୧ଟି ରାଶି ଲଡୁ ମା’ କାଳୀଙ୍କ ପାଖରେ ଭୋଗ କରନ୍ତୁ।

କୁମ୍ଭ: ଅର୍ଥ, ମାନସମ୍ମାନ ଓ ପ୍ରତିଷ୍ଠା ପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିହେବ। ଉତ୍ତମ ବ୍ୟବହାର ଓ ମଧୁର କଥା ଦ୍ୱାରା ସମସ୍ତଙ୍କର ପ୍ରିୟପାତ୍ର ହେବେ। ଛାତ୍ରଛାତ୍ରୀମାନେ ଆଶାଜନକ ସଫଳତା ଲାଭ କରିବେ। ପ୍ରତିକାର- ମୟୂର ଚନ୍ଦ୍ରିକାଟିଏ ନିଜ ପାଖରେ ରଖନ୍ତୁ।

ମୀନ: ଗୃହକୁ କୌଣସି ସୌଖିନ ଦ୍ରବ୍ୟ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାର ସମ୍ଭାବନା ରହିଛି। ମିତ୍ରମାନଙ୍କ ସହିତ ନୂତନ ସ୍ଥାନ ଭ୍ରମଣର ସୁଯୋଗ ରହିଛି। ପ୍ରତିକାର- ସାତଟି ବୁନ୍ଦିଲଡୁ ସାତଜଣ ପିଲାଙ୍କୁ ବାଣ୍ଟନ୍ତୁ।

Related story